Categories: ଫୁରସତ

ମାର୍କେଟକୁ ଆସିଲା ଟଙ୍କା, ମୋବାଇଲ ସାନିଟାଇଜର

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ। ଏଥିରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ରକ୍ଷା କରିବା, ମାସ୍କ ପିନ୍ଧିବା ଏବଂ ବାରମ୍ବାର ହାତ ଧୋଇବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ତେବେ କାଗଜ ନୋଟରେ କରୋନା ଭାଇରସ ବ୍ୟାପିଥିବା ନେଇ ପ୍ରଥମରୁ କୁହାଯାଉଛି। ଏମିତିରେ ଏବେ ମାର୍କେଟରେ ଟଙ୍କାକୁ ସାନିଟାଇଜ ପାଇଁ ଏକ ପ୍ରକାର ସାନିଟାଇଜର ଆସିଛି। ଏହା ଦ୍ୱାରା କାଗଜ ନୋଟ ସମେତ ମୋବାଇଲ ଫୋନ୍‌, ପର୍ସ ମଧ୍ୟ ସାନିଟାଇଜ କରାଯାଇ ପାରିବ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଏହି ପ୍ରଡକ୍ଟ ବିଷୟରେ ଜାଣିବା ପାଇଁ ଲୋକେ ଚେଷ୍ଟା କରୁଛନ୍ତି। ଏହି ପ୍ରଡକ୍ଟ ଦ୍ୱାରା କରୋନାକୁ କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି କୁହାଯାଉଛି।

Share