ଘରେ ମନି ପ୍ଲାଣ୍ଟ୍‌ ଲଗାଉଥିଲେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ୍‌…

ଲୋକଙ୍କ ମନରେ ଧାରଣା ରହିଛି, ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ହେବା ସହିତ ଧନର ଆଗମନ ହୋଇଥାଏ। ମାତ୍ର ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ଘରେ ମନି ପ୍ଲାଣ୍ଟ୍‌କୁ ସଠିକ୍‌ ଦିଗରେ ଲଗା ନ ଯାଏ, ତେବେ ଘୋର ଆର୍ଥିକ ସମସ୍ୟା ଦେଖା ଦେଇଥାଏ ।

ଘରେ ମନି ପ୍ଲାଣ୍ଟ ଲଗାଇବା ପାଇଁ ଅଗ୍ନି କୋଣ ହେଉଛି ସବୁଠାରୁ ଉତ୍କୃଷ୍ଟ ସ୍ଥାନ। ଏହି ଦିଗରେ ମନି ପ୍ଲାଣ୍ଟ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ବଢ଼ିଥାଏ।

ମନି ପ୍ଲାଣ୍ଟକୁ ଉତ୍ତର-ପୂର୍ବ ଦିଗରେ ରଖିବା ଅନୁଚିତ। ଏଥିପାଇଁ ଏହି ଦିଗଟିକୁ ସବୁଠାରୁ ନକାରାତ୍ମକ ବୋଲି ଗ୍ରହଣ କରାଯାଏ। କାରଣ ଉତ୍ତର ଦିଗର ପ୍ରତିନିଧି ଦେବଗୁରୁ ବୃହସ୍ପତି ଥାନ୍ତି। ଶୁକ୍ର ଏବଂ ବୃହସ୍ପତି ମଧ୍ୟରେ ଶତ୍ରୁ ସମ୍ପର୍କ ରହିଥାଏ । ତେଣୁ, ଯଦି ଶୁକ୍ର ସହିତ ଜଡିତ ଏହି ଉଦ୍ଭିଦ ଉତ୍ତର-ପୂର୍ବରେ ଲଗାଯାଏ, ତେବେ ତାହା କ୍ଷତି କରିଥାଏ ।

କୁହାଯାଏ, ଭୂମିରେ ଛୁଇଁଥିବା ମନି ପ୍ଲାଣ୍ଟ ପତ୍ର ସୁଖ ଏବଂ ସମୃଦ୍ଧିରେ ବାଧା ଦେବା ସହିତ ସଫଳତାରେ ବାଧା ସୃଷ୍ଟି କରିଥାଏ । ମନି ପ୍ଲାଣ୍ଟର ପତ୍ର ଶୁଖିଗଲେ ତାକୁ ଘରେ ଆଦୌ ରଖନ୍ତୁ ନାହିଁ।