ନୂଆଦିଲ୍ଲୀ,୭।୮: ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍ଲେଟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଏଭଳି ସଫଳତା ପରେ ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା ହେଉଛି। ହରିୟାଣା ସରକାର ସ୍ବର୍ଣ୍ଣ ପଦକଧାରୀ ନୀରଜଙ୍କୁ ୬ କୋଟି ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛନ୍ତି। ସେହିଭଳି ପାନିପଥକୁ ଫେରିଲା ପରେ ନୀରଜଙ୍କୁ ପୁରସ୍କାର ଭାବେ ନୂଆ ଏକ୍ସୟୁଭି ୭୦୦ ଗାଡ଼ି ଦେବା ଲାଗି ଘୋଷଣା କରିଛନ୍ତି ଆନନ୍ଦ ମହିନ୍ଦ୍ରା।