ମିଶନ ଶକ୍ତି ଅଫିସରୁ ଟଙ୍କା ଜବତ, ଜଣେ ମହିଳା ଅଟକ

ବାଲେଶ୍ୱର, ୧।୬(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାର୍ଯ୍ୟାଳୟରେ ସଭାପତି ଓ ଉପସଭାପତି ଶୁକ୍ରବାର ସନ୍ଧ୍ୟାରେ ଟଙ୍କା ବାଣ୍ଟୁଥିବା ବେଳେ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକେ ଖବରପାଇ ସେଠାରେ ପହଞ୍ଚିଥିଲେ। ସେମାନଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତାଙ୍କଠାରୁ ପ୍ୟାକେଟ୍‌ଗୁଡ଼ିକରେ ଭର୍ତ୍ତି ହୋଇଥିବା ପ୍ରାୟ ଲକ୍ଷାଧିକ ଟଙ୍କା ଜବତ କରିଛି। ଏଥିସହିତ ଜଣେ ମିଶନ ଶକ୍ତି ପଦାଧିକାରୀ ମହିଳାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି।
ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥତ୍ନୀଙ୍କୁ ଭୋଟ୍‌ ଦେବା ପାଇଁ ମିଶନ ଶକ୍ତିର ପଦାଧିକାରୀମାନେ ଶୁକ୍ରବାର ଅପରାହ୍ନରେ ବିଭିନ୍ନ ଏସ୍‌ଏଚ୍‌ଜି ସଦସ୍ୟାଙ୍କୁ ଡାକି ପ୍ୟାକେଟ୍‌ରେ ଭରି ପ୍ରାୟ ୫ରୁ ୬ହଜାର ଟଙ୍କା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। କିଛି ମହିଳା ଟଙ୍କା ନେଇ ଗଲାପରେ ସ୍ଥାନୀୟ ଲୋକମାନେ ଏକଥା ଜାଣିପାରିଥିଲେ। ସନ୍ଧ୍ୟା ପ୍ରାୟ ୬ଟାରେ ଲୋକମାନେ ଏକଜୁଟ୍‌ ହୋଇ ବ୍ଲକ ଭିତରେ ପଶି ମିଶନ ଶକ୍ତି କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଘଟଣାସ୍ଥଳରେ ଟଙ୍କା ବାଣ୍ଟୁଥିବା ୨ ଜଣ ମିଶନ ଶକ୍ତିର ମହିଳା ପଦାଧିକାରୀଙ୍କ ମଧ୍ୟରୁ ଜଣେ ଖସିଯାଇଥିବା ବେଳେ ଅନ୍ୟଜଣଙ୍କୁ ଅଟକ ରଖିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଟଙ୍କା ପ୍ୟାକେଟ୍‌ଗୁଡ଼ିକୁ ଜବତ କରିବା ସହ ମହିଳାଙ୍କୁ ଥାନାକୁ ନେଇ ଅଟକ ରଖି ତଦନ୍ତ ଜାରି ରଖିଛି।