ପୁଅର ଚିକିତ୍ସା ପାଇଁ ଆଣିଥିବା ଅର୍ଥ ମୋ ବସ୍‌ରୁ ଚୋରି

ଭୁବନେଶ୍ୱର,୨୭।୫ (ସୂର୍ଯ୍ୟକାନ୍ତ ବେହେରା): ପୁଅର ଚିକିତ୍ସା ପାଇଁ ବହୁ କଷ୍ଟରେ ଟଙ୍କା ସଂଗ୍ରହ କରି ଆଣିଥିଲେ ବାପା। ଗଞ୍ଜାମରୁ ଆସି ଭୁବନେଶ୍ୱରରେ ପହଞ୍ଚତ୍ଥିଲେ। ହେଲେ ମୋ ବସ୍‌ରେ ହସ୍ପିଟାଲକୁ ଯାଉଥିବାବେଳେ ସବୁ ଟଙ୍କା ଚୋରି ହୋଇଗଲା। ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଚୋରିର ଶିକାର ହୋଇଥିବା ଗଞ୍ଜାମ ହିଞ୍ଜିଳିକାଟୁର ବୃନ୍ଦାବନ ସାହୁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି। ସେ ନୟାପଲ୍ଲୀରୁ ୧୯ ନମ୍ବର ମୋ ବସ୍‌ରେ ଏମ୍ସକୁ ଯାଉଥିବାବେଳେ ବସ୍‌ ଭିତରେ ଲୁଟେରାଦଳ ତାଙ୍କୁ ଘେରି ଯାଇ କୌଶଳକ୍ରମେ ୫୭ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ବୃନ୍ଦାବନଙ୍କ କହିବାନୁସାରେ, ପୁଅ ଏମ୍ସର ନ୍ୟୁରୋଲୋଜି ବିଭାଗରେ ଚିକିତ୍ସା ହେଉଛନ୍ତି। ପୁଅର ଚିକିତ୍ସା ପାଇଁ ଘରୁ ଟଙ୍କା ନେଇ ଆସି ସମ୍ପର୍କୀୟଙ୍କ ଘରେ ରହିଥିଲେ। ରବିବାର ସକାଳ ସାଢେ ୯ଟାରେ ସେ ନୟାପଲ୍ଲୀ ଡିଏଭି ସ୍କୁଲ ନିକଟ ବସ୍‌ଷ୍ଟାଣ୍ଡ୍‌ରୁ ମୋ ବସ୍‌ରେ ଚଢିଥିଲେ। ଏମ୍ସ ଗେଟ ଆଗରେ ଓହ୍ଲାଇବା ପରେ ତାଙ୍କ ପକେଟରେ ଟଙ୍କା ନ ଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ବସ୍‌ ଡ୍ରାଇଭର ଓ ହେଲପରଙ୍କୁ ଜଣାଇବା ସହ ସିସିଟିଭି ଦେଖିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ନିରାଶ ହେବା ପରେ ବୃନ୍ଦାବନ ଖଣ୍ଡଗିରି ଥାନାରେ ପହଞ୍ଚତ୍ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇବା ସହ ଲିଖିତ ଅଭିଯୋଗ କରିଥିଲେ। ତେବେ ଟଙ୍କା ଚୋରି ହୋଇଯାଇଥିବାରୁ ପୁଅର ଚିକିତ୍ସାକୁ ନେଇ ବାପା ବୃନ୍ଦାବନ ଚିନ୍ତାରେ ପଡିଛନ୍ତି।
ସୂଚନାଯୋଗ୍ୟ, ମାସକ ମଧ୍ୟରେ ମୋ ବସ୍‌ ଓ ଷ୍ଟାଣ୍ଡ୍‌ରୁ ଗହଳିର ସୁଯୋଗନେଇ ଚୋରି ବଢ଼ୁଛି। ନିକଟରେ କମିଶନରେଟ ପୋଲିସ ପଶ୍ଚିମବଙ୍ଗର ମହିଳା ଗ୍ୟାଙ୍ଗ ଓ ଅନ୍ୟ ଏକ ପୁରୁଷ ଗ୍ୟାଙ୍ଗକୁ ଧରିଥିଲା। ଏହାପରେ ବି ମୋ ବସ୍‌ରୁ ଚୋରି ଜାରି ରହିଥିବାରୁ ଏଥିରେ ଆହୁରି ଏକାଧିକ ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଚୋରି ରୋକିବାକୁ ଯାତ୍ରୀମାନେ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri