ସଞ୍ଜୟ ଲିଲା ଭଁସାଲି ତାଙ୍କ ଫିଲ୍ମ ପାଇଁ ବେଶ ପରିଚିତ। ଚଳଚ୍ଚିତ୍ରର ସେଟ ଠାରୁ ଆରମ୍ଭ କରି ଅଭିନେତାମାନଙ୍କ ପୋଷାକ ପର୍ଯ୍ୟନ୍ତ ସଞ୍ଜୟ ସବୁକିଛି ଉପରେ ଧ୍ୟାନ ରଖନ୍ତି। ତାଙ୍କ ସବୁ ଚଳଚ୍ଚିତ୍ର ମଧ୍ୟରୁ ଦେବଦାସ ମଧ୍ୟ ଅନ୍ୟତମ। ଯେଉଁଥିରେ ସେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ । ‘ଦେବଦାସ’ ଫିଲ୍ମ ୧୯ ବର୍ଷ ପୂର୍ବେ ଆଜି ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରର ପ୍ରତ୍ୟେକ ଦୃଶ୍ୟକୁ ଅସାଧାରଣ କରିବା ପାଇଁ ସେ କୌଣସି ରାସ୍ତା ଛାଡ଼ି ନ ଥିଲେ। ଏହାପୂର୍ବରୁ ତାଙ୍କର ଚଳଚ୍ଚିତ୍ର ‘ହମ୍ ଦିଲ ଦେ ଚୁକେ ସନମ’ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା। କିନ୍ତୁ ‘ଦେବଦାସ’ ଇତିହାସ ସୃଷ୍ଟି କରିଥିଲା।
ଯେତେବେଳେ ଦେବଦାସ ମୁକ୍ତିଲାଭ କଲା, ସେତେବେଳେ ସେ ସମୟର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଥିଲା। ଏହି ଚଳଚ୍ଚିତ୍ରର ପାଇଁ ୫୦ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିଲା। ଫିଲ୍ମର ନିର୍ମାତା ଭାରତ ଶାହାଙ୍କୁ ୨୦୦୧ରେ ଗିରଫ କରାଯାଇଥିଲା। ଯାଞ୍ଚ ପରେ ଏହି ଫିଲ୍ମଟି ପାଇଁ ଅଣ୍ଡରୱାଲର୍ଡ ଦ୍ୱାରା ଅର୍ଥ ପ୍ରଦାନ କରାଯାଇଥିବା ଜଣାପଡ଼ିଥିଲା। ଏହା ପରେ ଫିଲ୍ମର ଭବିଷ୍ୟତ ମଧ୍ୟ ବିପଦରେ ପଡିଥିଲା।