ଟଙ୍କା ମୁହଁ କରିିଦେବ ବଙ୍କା

ବର୍ତ୍ତମାନ ଆମ ରାଜ୍ୟ ଓଡ଼ିଶାରେ ଆଳୁ ଦର କାହିଁରେ କ’ଣ ? ନିଜ ପାଖରେ ଆଳୁ ନ ଥିବାରୁ ଆମ ରାଜ୍ୟର ବେପାରୀମାନେ ଏ ରାଜ୍ୟରୁ ସେ ରାଜ୍ୟକୁ ଧାଉଁଛନ୍ତି ଏବଂ ଆଳୁ ଯୋଗାଡ଼ କରି ଏ ଜାଗା ସେ ଜାଗାରେ ନେଇ ରଖୁଛନ୍ତି। ଆଉ ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ ନ୍ୟାୟରେ କିଛି ମୁନାଫାଖୋର ବେପାରୀ ଅସାଧୁ ଉପାୟରେ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ। ଏଥିପାଇଁ ଅନେକ ଲୋକ ଆମର ନୈତିକ ଶିକ୍ଷା ବ୍ୟବସ୍ଥାକୁ ଦୋଷ ଦେଉଛନ୍ତି ।
ଏବେ ଆମେ ଶିକ୍ଷା ବ୍ୟବସ୍ଥା କଥା ବିଚାର କରିବା। ଆମ ଗାଁ କହ୍ନେଇଁ ସାର୍‌, ବୟସ ପଞ୍ଚସ୍ତରୀରୁ ଅଧିକ। ଭଗବାନଙ୍କ ଆଶୀର୍ବାଦ ତଥା ନିଜସ୍ବ ଉଦ୍ୟମରୁ ତାଙ୍କ ଶରୀର ଓ ମନ ସୁସ୍ଥ ଅଛି ବୋଲି ସିଏ ଆଖପାଖ ଅଞ୍ଚଳରେ ଡିଣ୍ଡିମ ପିଟନ୍ତି। ଏ ବୟସରେ ଦିନକୁ ଦୁଇବେଳା ପ୍ରାୟ ୫୦-୬୦ ଜଣଙ୍କୁ ବିଭିନ୍ନ ଗ୍ରୁପରେ ବସାଇ ଟିଉସନ କରିବାରେ ବ୍ୟସ୍ତ। ପଚାରିଲେ କୁହନ୍ତି, ପିଲାମାନେ ଆଉ ତାଙ୍କ ବାପା- ମା’ମାନେ ମୋତେ କ’ଣ ଛାଡ଼ୁଛନ୍ତି ? କ’ଣ ନା ‘ଆପଣଙ୍କ ପାଖରେ ବସିଗଲେ ପାଠ ଆପେଆପେ ହୋଇଯିବ’। ମୁଁ କହିଲି ସାର୍‌ ଆପଣ କ’ଣ ବାସ୍ତବରେ ସେମାନଙ୍କୁ ଛାଡ଼ିବାକୁ ଚାହୁଁଛନ୍ତି ? ସେମାନେ ଆପଣଙ୍କୁ ଛାଡ଼ିପାରୁ ନାହାନ୍ତି ନା ଆପଣ ସେମାନଙ୍କୁ ଛାଡ଼ିପାରୁ ନାହାନ୍ତି। କଥାକୁ ଆଉ ଆଗକୁ ବଢ଼ାଇବାକୁ ନ ଦେଇ ସାର୍‌ କହିଲେ କ’ଣ କରିବି, ପିଲା ଆଉ ପାଠପଢ଼ାକୁ ନେଇ ମୋର ୩୫ ବର୍ଷର ଚାକିରିର ମାୟାକୁ ଛାଡ଼ିବା କ’ଣ ସହଜ କଥା? ଲୋକମାନେ ମଧ୍ୟ କୁହନ୍ତି, ସାର୍‌ଙ୍କର ପାଠ ପଢ଼ାଇବା କେବଳ ପେସା ନ ଥିଲା ବରଂ ନିଶା ଥିଲା। ଆଉ ସେଇ ନିଶା ଯୋଗୁ ଭୋର ୪ଟା ବେଳୁ ରାତି ୧୧ଟା ପର୍ଯ୍ୟନ୍ତ ସମୟ ଅଣ୍ଟେ ନାହିଁ। ଏହା କେବଳ ଜଣେ ଶିକ୍ଷକଙ୍କର କାହାଣୀ ନୁହେଁ ବରଂ ଅନେକ ଶିକ୍ଷକ ନିଜ ପିଲା, ପରିବାର କଥା ବନ୍ଧୁବାନ୍ଧବ ତୁଚ୍ଛ କରି ପଇସା ରୋଜଗାରରେ ବ୍ୟସ୍ତ। ଏଠାରେ ଏହା ଏକ ଗର୍ହିତ ଅପରାଧ ପ୍ରସଙ୍ଗ ହିସାବରେ ଆଲୋଚନାର ପ୍ରସଙ୍ଗ ନୁହେଁ ବରଂ ପାଠ ପଢ଼ାଇବାର ମାୟା କିପରି ଟଙ୍କା ରୋଜଗାର କରିବାର ମୋହକୁ ରୂପାନ୍ତରିତ ହୁଏ ତାହାର ଏକ ଜ୍ୱଳନ୍ତ ଉଦାହରଣ। ଡାକ୍ତରମାନଙ୍କର ମଧ୍ୟ ତଦ୍ରୁପ ଅବସ୍ଥା ମେଡ଼ିକାଲ ଠାରୁ କ୍ଳିନିକ୍‌ ପୁଣି ସେଠାରୁ ଘର ସବୁଠି ରୋଗୀମାନଙ୍କର ଲାଇନ୍‌। ଥରେ ଜଣେ ରୋଗୀ ଡାକ୍ତରଙ୍କୁ ଦ୍ୱିତୀୟ ଥର ଦେଖାଇବା ସମୟରେ ତାଙ୍କର ଫିସ୍‌ କମ୍‌ କରିବାକୁ କହିବାରୁ ସିଏ କହିଲେ, ତମର ବାସୁମତୀ ଚାଉଳ ଖାଇବାକୁ ମନ, କିନ୍ତୁ ତାହା କ’ଣ ସରକାରୀ କଣ୍ଟ୍ରୋଲ ଦୋକାନରେ ରାଶନ କାର୍ଡରେ ମିଳିବ? ଅଜ୍ଞାନ ରୂପକ ଅନ୍ଧକାରରେ ଆଲୋକର ପ୍ରଦୀପ ଜାଳିବାରେ ଶିକ୍ଷକମାନଙ୍କର ପ୍ରମୁଖ ଭୂମିକା ଥାଏ, ଯେଉଁଥିପାଇଁ ସେମାନଙ୍କୁ ଆମେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ସ୍ବରୂପରେ ପୂଜା କରିଥାଉ। ଡାକ୍ତରମାନେ ହେଉଛନ୍ତି ଦ୍ୱିତୀୟ ଭଗବାନ, ଯେଉଁମାନଙ୍କ ଯୋଗୁ ଆମେ ମୃତ୍ୟୁମୁଖରୁ ରକ୍ଷା ପାଇବା ସହିତ ଆମକୁ ଜୀବନ ଦାନ ମିଳିଥାଏ। ତାଙ୍କର ପଦେ ଆଶ୍ୱାସନା ବାଣୀରେ ଅଧା ରୋଗ ଦୂର ହୋଇଯାଏ କିନ୍ତୁ ସାଧାରଣ ଭାବେ କିଛି ଡାକ୍ତରଙ୍କ ବେପରୁଆ ତଥା ଅମାନବୀୟ ଆଚରଣ ଯୋଗୁ ସେମାନଙ୍କୁ ନିନ୍ଦିତ ହେବାକୁ ପଡ଼ିଥାଏ।
ଏ ଯୁଗର ବିଶ୍ୱକର୍ମା ବୋଲାଉଥିବା ଯନ୍ତ୍ରୀମାନେ ନିଜର କଳା ନୈପୁଣ୍ୟ ତଥା କାରିଗରି କୌଶଳର କରାମତିରେ ନଭଶ୍ଚୁମ୍ବୀ ପ୍ରାସାଦଠାରୁ ବନ୍ଧବାଡ଼, ରାସ୍ତାଘାଟ ଆଦି ନିର୍ମାଣ କରିବା ସମୟରେ ଅର୍ଥ ପ୍ରତି ଥିବା ଅହେତୁକ ମୋହ ହେତୁ ଜନସେବାକୁ ତୁଚ୍ଛ କରିଦିଅନ୍ତି; ଯାହା ଫଳରେ କେଉଁଠି ପୋଲ ଭୁଷୁଡ଼ି ପଡ଼ିଲାଣି ତ ଆଉ କେଉଁଠି ରାସ୍ତା ମାନଙ୍କରେ ବିରାଟ ଗର୍ତ୍ତ। ଏହାକୁ ଦେଖି ଲୋକମାନେ କଥା ହୁଅନ୍ତି ଯନ୍ତ୍ରୀ, ମନ୍ତ୍ରୀ, ତନ୍ତ୍ରୀ ଯେଉଁଠି ମିଳିତ ହୋଇଯାଆନ୍ତି ସେଠାରେ ଜୀବନ ତନ୍ତ୍ରୀ କଥା କିଏ ପଚାରେ। ସେମାନେ ଭାବନ୍ତି, ବିଲେଇ ପିଲା ପରି ସେମାନେ ଲୁଚି ଲୁଚି କ୍ଷୀର ପିଉଛନ୍ତି ଆଉ ସେମାନଙ୍କୁ କେହି ଦେଖିପାରୁ ନାହାନ୍ତି। ତା’ ନ ହୋଇଥିଲେ ଜଣେ ଲୋକର ଶତାଧିକ ପ୍ଲଟ କିଣିବାର ମୋହ ଆଗରେ ଲୋକମାନଙ୍କର ଜୀବନ ହାନି ଗୌଣ ବୋଲି ବିଚାର କରିବାକୁ ପଡ଼ନ୍ତା ନାହିଁ।
ଏସବୁ ପ୍ରସଙ୍ଗ ଆଲୋଚନା ସମୟରେ ଦୁଇ ଜଣଙ୍କ କଥା ମନକୁ ଆସେ, ଜଣେ ହେଲା ମାଙ୍କଡ଼ ଛୁଆ ଆଉ ଜଣେ ହେଲା ବିଲେଇ ଛୁଆ। ମାଙ୍କଡ଼ ଛୁଆଟି ପିଲାବେଳେ ମା’କୁ କୁଣ୍ଢାଇ ଚାଲିଥାଏ, ମା’ ଯୁଆଡ଼େ ବି ଡେଉଁଥାଉ, ବୁଲୁଥାଉ ଛୁଆଟି ତାକୁ କେବେ ଛାଡ଼େ ନାହିଁ। ମା’ ବିଲେଇ ମଧ୍ୟ ତା’ର ପିଲାମାନଙ୍କୁ ସୁରକ୍ଷା ଦେବ ବୋଲି ଦାନ୍ତରେ ସେମାନଙ୍କୁ କାମୁଡ଼ି ଏ ଘରୁ ସେ ଘରକୁ ନେଇଥାଏ। ଉଭୟ କ୍ଷେତ୍ରରେ ପିଲାଙ୍କର ସୁରକ୍ଷା ମୁଖ୍ୟ ପ୍ରସଙ୍ଗ। ଗୋଟିଏ ସ୍ଥାନରେ ପିଲାଟି ନିଜେ ନିଜର ସୁରକ୍ଷା କଥା ଚିନ୍ତା କରୁଥିବା ବେଳେ ଅନ୍ୟ କ୍ଷେତ୍ରରେ ମା’ ଜଣକ ନିଜ ପିଲାର ସୁରକ୍ଷା ଚିନ୍ତା କରୁଛି। ସେହି ନ୍ୟାୟରେ ଆମମାନଙ୍କ ଜୀବନରେ ରୋଜଗାର କରିବା ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ସଂସାରରେ ଟଙ୍କା ପଇସାର ମୋହ ଆମକୁ କବଳିତ କରି ରଖିଛି ନା ଆମେ ସଂସାରର ଟଙ୍କା ପଇସାର ମୋହକୁ କବଳିତ କରି ରଖିଛନ୍ତି, ତାହା ବିଚାର କରିବା ଏକ ଦୁରୂହ ବ୍ୟାପାର।
ଭଦ୍ରକ, ମୋ- ୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

ମୁଁ କାହିଁକି ବାହାହେବି

ରତୀୟ ପରମ୍ପରାରେ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ସାମାଜିକ ଚଳଣି ଓ ଜୀବନ ନିର୍ବାହ ନିମନ୍ତେ ବିବାହ ଜରୁରୀ। ଜଣେ ମଣିଷର ଜୀବନ ହେଉଛି...

ରାଜ୍ୟ ପିତୃତ୍ୱବାଦ ଓ ନିମ୍ନ ଆକାଂକ୍ଷା

ଆମ ରାଜ୍ୟରେ ସତ୍ତା ବଦଳିଛି। ଦୀର୍ଘ ୨୪ ବର୍ଷର ପୂର୍ବ ସରକାର ସମୟରେ ଓଡ଼ିଶାର ପ୍ରଗତି କେତେ ହେଲା ତାହା ବିତର୍କର ବିଷୟ। ମାତ୍ର ପୂର୍ବ...

Dillip Cherian

ନିର୍ଦ୍ଦେଶକୁ ଅଣଦେଖା

ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ନିଯୁକ୍ତି ବିଷୟରେ ସୁପ୍ରିମକୋର୍ଟଙ୍କୁ ପୁଣି ଥରେ ରାଜ୍ୟଗୁଡ଼ିକୁ ସେମାନଙ୍କର ଦାୟିତ୍ୱ ସମ୍ପର୍କରେ ସ୍ମରଣ କରାଇବାକୁ ପଡ଼ିଛି। ଏହା ଚିନ୍ତାଜନକ ଯେ, ପ୍ରକାଶ...

ଗୃହ ସଞ୍ଚୟର ଆର୍ଥିକୀକରଣ

ଆମେରିକାରେ ୧୯୭୦ ଦଶକରେ ଘରୋଇ ଆୟର ଆର୍ଥିକୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଭାରତୀୟ ମହାନଗରରେ ୨୦୦୦ ଦଶକର ପ୍ରାରମ୍ଭରେ ଏହି ଧାରା ଆରମ୍ଭ ହୋଇଥିଲା। ଏବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri