ଖାଦ୍ୟ ଅନ୍ବେଷଣରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୪ା୨(ଡି.ଏନ୍‌.ଏ.): ପ୍ରତିବର୍ଷ ଶୀତଋତୁ ଆସିଲେ ଗଞ୍ଜାମ ଋଷିକୂଲ୍ୟା ମୁହାଣଠାରେ ବିଭିନ୍ନ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ମଙ୍ଗୋଲିଆ ପକ୍ଷୀ ଅନ୍ୟତମ। ଏହି ପକ୍ଷୀମାନେ ଖାଦ୍ୟ ଅନ୍ବେଷଣରେ ବାହାରି ନଦୀ କିମ୍ବା ନାଳରେ ହଜାର ହଜାର ସଂଖ୍ୟାରେ ରୁଣ୍ଡ ହୋଇଥାନ୍ତି। ଏବେ କିନ୍ତୁ ଉକ୍ତ ପକ୍ଷୀମାନେ ନଦୀନାଳ ଛାଡ଼ି ବିଭିନ୍ନ ଶସ୍ୟକ୍ଷେତରେ ଦେଖିବାକୁ ମିଳୁଛନ୍ତି। ଶସ୍ୟକ୍ଷେତରୁ ଧାନ, ମୁଗ, ବିରି, ମାଣ୍ଡିଆ ଆଦି ଅମଳ କରି ନିଆଯିବା ପରେ ଜମିରେ ଝଡ଼ିପଡ଼ି ଥିବା ଶସ୍ୟକୁ ଆହାର ଭାବେ ବାଛି ନେଇଛନ୍ତି। ସକାଳେ ଖାଦ୍ୟ ଖାଇ ସନ୍ଧ୍ୟା ପୂର୍ବରୁ ଦଳ ଦଳ ହୋଇ ନିଜ ଗନ୍ତବ୍ୟସ୍ଥଳକୁ ଉଡ଼ିଯାଆନ୍ତି ବୋଲି ପରିବେଶବିତ୍‌ମାନେ କହିଛନ୍ତି।

Share