ଋଷିକୂଲ୍ୟା ଶଯ୍ୟାରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୨୧ା୧(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ ନିକଟସ୍ଥ ଋଷିକୂଲ୍ୟା ନଦୀ ବାଲୁକା ଶଯ୍ୟାରେ ଗତ କିଛିଦିନ ହେବ ଶହଶହ ମଙ୍ଗୋଲିଆ ପକ୍ଷୀ ଦେଖିବାକୁ ମିଳୁଛି। ହିମାଳୟଠାରେ ଅତ୍ୟଧିକ ଶୀତ ଅନୁଭୂତ ହେଉଥିବା ଯୋଗୁ ଏଠାକୁ ଚାଲି ଆସିଥିବା ପରିବେଶବିତ୍‌ମାନେ ସୂଚନା ଦେଇଛନ୍ତି।

ଏହି ବିରଳ ପକ୍ଷୀମାନେ ବିଶେଷକରି ନଳବଣ, ଚିଲିକା ଆଦି ଅଞ୍ଚଳରେ ପୂର୍ବେ ଦେଖାଦେଉଥିଲେ। ବର୍ତ୍ତମାନ ଗତ କିଛି ବର୍ଷ ହେବ ଏଠାକୁ ଆସୁଥିବା ଜଣାପଡ଼ିଛି।

Share