ମଙ୍ଗୋଲୀୟ ବାଳକଙ୍କୁ ତୃତୀୟ ଧର୍ମଗୁରୁ ମାନ୍ୟତା

ତିବ୍ବତ:୨୮।୩: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା(୮୭) ଜଣେ ୮ ବର୍ଷୀୟ ବାଳକଙ୍କୁ ଜଣେ ଆଧ୍ୟାତ୍ମିକ ନେତାଙ୍କ ଅବତାର ମାନ୍ୟତା ପ୍ରଦାନ କରିଛନ୍ତି। ଆମେରିକାରେ ଜନ୍ମିତ ମଙ୍ଗୋଲୀୟ ବାଳକଙ୍କୁ ତୃତୀୟ ଗୁରୁତ୍ୱପୂର୍ଣ୍ଣ ତିବ୍ବତୀୟ ନେତା (୧୦ମ ଖାଲଖା ଜେଟ୍‌ସନ୍‌ ଧମ୍ପ ରିନ୍‌ପୋଚେ) ଭାବେ ସ୍ବୀକୃତି ଦେଇଛନ୍ତି। ଅରୁଣାଚଳ ପ୍ରଦେଶର ଧର୍ମଶାଳାରେ ଆୟୋଜିତ ଏକ ଉତ୍ସବରେ ସେ ଏହି ସ୍ବୀକୃତି ପ୍ରଦାନ କରିଛନ୍ତି। କାର୍ଯ୍ୟକ୍ରମରେ ୫,୦୦୦ ବୌଦ୍ଧଭିକ୍ଷୁ ଓ ୬୦୦ ମଙ୍ଗୋଲୀୟ ଯୋଗଦେଇଥିଲେ।

Share