ଅଣ୍ଡରଓ୍ବାଲର୍‌ଡଙ୍କ ପ୍ରେମରେ ପଡି କ୍ୟାରିୟର୍‌ ବରବାଦ୍‌ କରିଦେଇଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୋନିକା ବେଦି ଆଜି ତାଙ୍କର ୪୬ ତମ ଜନ୍ମଦିନ ପାଳନ କରୁଛନ୍ତି। ମୋନିକା ବଲିଉଡ୍‌ ଇଣ୍ଡଷ୍ଟ୍ରିର ସବୁଠାରୁ ଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଥିଲେ। ମୋନିକା ତାଙ୍କ କ୍ୟାରିୟରର ଉଚ୍ଚତାକୁ ସ୍ପର୍ଶ କରୁଥିଲେ, ସେତେବେଳେ ତାଙ୍କ ଜୀବନରେ କେହି ଜଣେ ଆସିଥିଲେ ଯିଏ ତାଙ୍କ ଜୀବନକୁ ବଦଳାଇ ଦେଇଥିଲେ। ଏହି ବ୍ୟକ୍ତି ଜଣଙ୍କ ଥିଲେ ଅଣ୍ଡରୱାଲର୍‌ଡ ଡନ ଆବୁ ସାଲେମ ଥିଲେ। ଏକଦା ଆବୁ ସାଲେମଙ୍କ ସହ ମୋନିକା ବେଦୀଙ୍କ ପ୍ରେମ କାହାଣୀ ସବୁଆଡେ ଚର୍ଚ୍ଚାରେ ଥିଲା। ୧୯୯୮ରେ ପ୍ରଥମ ଆବୁଙ୍କୁ ଦୁବାଇରେ ଏକ ଷ୍ଟେଜ୍‌ ଶୋ’ କାର୍ଯ୍ୟକ୍ରମରେ ଭେଟିଥିଲେ ମୋନିକା। ପ୍ରଥମ ଭେଟରେ ନିଜକୁ ଜଣେ ବ୍ୟବସାୟୀ କହି ପରିଚିତ କରାଇଥିଲେ ଆବୁ ସାଲେମ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ଏହାପରେ ଆବୁଙ୍କ ପାଇଁ ପୂରା ପାଗଳ ଥିଲେ ମୋନିକା। ତାଙ୍କୁ ଭେଟିବା ପାଇଁ ଦୁବାଇ ମଧ୍ୟ ଯାଉଥିଲେ। ଆବୁଙ୍କୁ ମୁମ୍ବାଇ ଆସିବାକୁ ଯେତେ କହୁଥିଲେ ମଧ୍ୟ ସେ ବାହାନା ଦେଖାଉଥିଲେ। ସେ ଅର୍ସଲାନ ଅଲ୍ଲୀ ଭାବରେ ନିଜର ପରିଚୟ ଦେଉଥିଲେ ବୋଲି ମୋନିକା ଏକ ସାକ୍ଷାତକାରରେ କହିଥିଲେ। ଡିସେମ୍ପର ୧୮, ୨୦୦୨ରେ ପର୍ତ୍ତୁଗାଲରେ ଗିରଫ ହେବା ପରେ ତାଙ୍କର ରୂପ ସାମ୍ନାକୁ ଆସିଥିଲା ବୋଲି ମୋନିକା କହିଥିଲେ।

 

 

Share