Categories: ଜାତୀୟ

୮ ବର୍ଷରେ ସନ୍ନ୍ୟାସିନୀ

ସୁରଟ,୨୫।୪ : ଖେଳିବା ବୁଲିବା ବୟସରେ ଗୁଜରାଟ ଅହମଦାବାଦର ୮ ବର୍ଷୀୟା ଆଙ୍ଗି ବାଗ୍ରେଚ୍‌ ସନ୍ନ୍ୟାସିନୀ ହୋଇଛନ୍ତି। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ଆଙ୍ଗି ରବିବାର ସୁରଟରେ ଆୟୋଜିତ ଏକ ଉତ୍ସବରେ ସନ୍ନ୍ୟାସିନୀ ଦୀକ୍ଷା ଗ୍ରହଣ କରିଥିବା ଜଣାପଡ଼ିଛି। ଦୀକ୍ଷା ଗ୍ରହଣ କରିବାରେ ସେ ସର୍ବକନିଷ୍ଠା ବୋଲି ବିଶ୍ୱାସ କରାଯାଉଛି। କୋଭିଡ୍‌ ଲକ୍‌ଡାଉନବେଳେ ସ୍କୁଲ୍‌ ବନ୍ଦ ହୋଇଯିବାରୁ ସେ ଜୈନ ସନ୍ଥମାନଙ୍କ ସହ ରହିବା ଆରମ୍ଭ କରିଥିଲେ। ସେହି ସମୟରେ ସେ ସନ୍ଥମାନଙ୍କ ଶୃଙ୍ଖଳିତ ଜୀବନଶୈଳୀ ଦ୍ୱାରା ପ୍ରଭାବିତ ହୋଇଥିଲେ। ସେ ଦୁଇବର୍ଷ ସାଧୁସନ୍ଥଙ୍କ ସହ କଟାଇବା ପରେ ଏବେ ସନ୍ନ୍ୟାସିନୀ ଜୀବନ ବିତାଉଥିବା ତାଙ୍କ ବାପା ଦିନେଶ କହିଛନ୍ତି। ଭୌତିକ ସମ୍ପତ୍ତି ପ୍ରତି ଆଙ୍ଗିଙ୍କର ଆଗ୍ରହ ନ ଥିଲା। ମୋବାଇଲ କିମ୍ବା କୌଣସି ଦାମୀ ଉପହାର ସେ ଗ୍ରହଣ କରୁ ନ ଥିଲେ। ଦୀକ୍ଷା ନେବା ପାଇଁ ସେ ୯ ଦିନ ଉପବାସ କରିଥିଲେ। ଶେଷରେ ପରିବାର ତାଙ୍କୁ ଦୀକ୍ଷା ଗ୍ରହଣ ପାଇଁ ଅନୁମତି ଦେବାକୁ ରାଜି ହୋଇଥିଲେ।

Share