ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉଥିବାବେଳେ କେତେକ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଏକ ମାଙ୍କଡ ଥାନା ଅଧିକାରୀଙ୍କ କାନ୍ଧ ଉପରେ ବସି ତାଙ୍କ ଚୁଟିରୁ ଉଁକୁଣି ବାଛୁଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ଥାନା ଭିତରେ ଥାନା ଅଧିକାରୀ ଜଣକ ତାଙ୍କ ଚେୟାର ଉପରେ ବସି କାର୍ଯ୍ୟ କରୁଛନ୍ତି। ସେହି ସମୟରେ ଏକ ପାତି ମାଙ୍କଡ ତାଙ୍କ କାନ୍ଧ ଉପରେ ବସି ୨ ହାତରେ ଥାନା ଅଧିକାରୀଙ୍କ ମୁଣ୍ଡରୁ ଉଁକୁଣି ବାଛୁଥିବା ଦେଖାଯାଇଛି। ଆଇଏଫଏସ୍ ସୁଶାନ୍ତ ନନ୍ଦ ଉକ୍ତ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ମାଲିକର ମାଲିକ। ଏହି ଭିଡିଓକୁ ଅନେକ ଲୋକ ଲାଇକ୍ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
https://twitter.com/susantananda3/status/1293776985521451008