Categories: ଜାତୀୟ

ମାଙ୍କଡ ଉପଦ୍ରବ: ଖାଇ ଯାଉଛନ୍ତି ଶିଶୁଙ୍କ କାନ

ଆଲିଗଡ,୧୦।୧୦: ଉତ୍ତର ପ୍ରଦେଶର ଆଲିଡର ନଗଲା ମାନସିଂହ ଅଞ୍ଚଳରେ ମାଙ୍କଡ ପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ମାଙ୍କଡମାନେ ଛୋଟ ପିଲାଙ୍କୁ ଏକୁଟିଆ ଦେଖି ଆକ୍ରମଣ କରୁଛନ୍ତି। ଗତ ୩ ମାସ ହେବ ଏହି ଅଞ୍ଚଳର ୬୦ରୁ ଅଧିକ ପିଲାଙ୍କ ଉପରେ ମାଙ୍କଡ ଆକ୍ରମଣ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଅଞ୍ଚଳର ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି। ମାଙ୍କଡମାନେ ଶିଶୁଙ୍କୁ ଉଠାଇ ନେଇ କାନ୍ଧରେ ବସାଇ ଗୋଟିଏ କାନ ଟାଣି ନେଇ ଖାଇ ଦେଉଛନ୍ତି। ଫଳରେ ଅଧିକାଂଶ ଶିଶୁଙ୍କ ଗୋଟିଏ କାନ ନଷ୍ଟ ହୋଇଯାଉଛି। ଅଞ୍ଚଳବାସୀ ଭୟଭୀତ ହୋଇ ବନ ବିଭାଗକୁ ଏନେଇ ସୂଚନା ଦେଇଥିଲେ। ବନ ବିଭାଗ ଅଧିକାରୀ ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଆଲିଗଡରେ ୧୦ ହଜାରୁ ଅଧିକ ମାଙ୍କଡ ଥିବା ସୂଚନା ଦେଇଥିଲେ। ଏହି ମାଙ୍କଡଗୁଡିକୁ ଧରିବା ପାଇଁ ନଗର ନିଗମ ଅନୁମତି ଦେଇସାରିଛି।

Share