କୁପାରୀରେ ପୁଣି ମାଙ୍କଡ଼ା ଚୋରାଚାଲାଣ

ଖଇରା, ୮।୧୧(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ କୁପାରୀ ଓ ବର୍ତ୍ତନା ରାଜସ୍ବ କ୍ଷେତ୍ରରେ କିଛି ଦିନର ନୀରବତା ପରେ ଏବେ ପୁଣିଥରେ ମାଙ୍କଡା ଚୋରାଚାଲାଣ ଆରମ୍ଭ ହୋଇଛି। ୧ମାସ ଧରି ଲୁଟେରାମାନେ ରାତିସାରା ଉଜାଗର ରହି ରାଣୀତାଲ-କୁପାରୀ, ଆମ୍ବହତା କେନାଲ ରାସ୍ତା, କୁପାରୀ-ଆଗରପଡା ଓ ସୋର-କୁପାରୀ ରାସ୍ତାରେ ବିଭିନ୍ନ ଅଞ୍ଚଳକୁ ମାଙ୍କଡ଼ା ଚୋରାଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଏଥିରେ କେତେଜଣ ରାଜସ୍ବ ଅଧିକାରୀଙ୍କ ସମ୍ପୃକ୍ତି ଥିବା କୁହାଯାଉଛି। ତୁରନ୍ତ ଏହା ଉପରେ ଅଙ୍କୁଶ ଲଗାଇବାକୁ ଗଡ଼ପୋଖରୀ, ବାଉଁଶଗଡିଆ, କୁପାରୀ, ରଟିଣା, ବର୍ତ୍ତନା, ହରିପୁର ପଞ୍ଚାୟତର ଜନସାଧାରଣ ଦାବି କରିଛନ୍ତି।
କୁପାରୀ ରାଜସ୍ବ କ୍ଷେତ୍ରର ବରପଦା, ବାରାଯୋଡି, କୁପାରୀ କଲେଜ ନିକଟ ଏଲ୍‌ ଆଣ୍ଡ ଟି ପଡିଆ ଏବଂ ବର୍ତ୍ତନା ରାଜସ୍ବ କ୍ଷେତ୍ରର ବିଭିନ୍ନ ସ୍ଥାନରୁ ମାଙ୍କଡା ଖୋଳି ମାଫିଆମାନେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍‌ କରୁଥିଲେ। ଖୋଳାଯିବା ପରେ ପରିତ୍ୟକ୍ତ ଖଣିରେ ପାଣି ଭର୍ତ୍ତି ପରେ ଏ କୃତ୍ରିମ ପୋଖରୀଗୁଡିକ ଉଭୟ ମଣିଷ ପ୍ରାଣୀଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଉଭୟ ଗୃହପାଳିତ ଓ ବନ୍ୟଜନ୍ତୁମାନେ ପାଣି ପିଇବାକୁ ଆସି ମୃତ୍ୟୁମୁଖରେ ପଡୁଥିଲେ। ସେହିଭଳି କେତେଜଣ ବୟସ୍କ ବ୍ୟକ୍ତି, ଛୋଟ ପିଲା ଗାଧୋଇବା ତଥା ଶୌଚ ହେବାକୁ ଆସି ଜୀବନ ହାରିବା ପରେ ଗ୍ରାମବାସୀଙ୍କ ତରଫରୁ ପ୍ରତିବାଦର ସ୍ବର ଉଠିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କର ପ୍ରବଳ ବିରୋଧ ପରେ କିଛି ମାସ ହେଲା ଏହା ବନ୍ଦ ହୋଇପଡିବା ପରେ ଏବେ ପୁଣି ପାଖାପାଖି ୧ମାସ ହେବ ପୁଣି ଏହି ମାଙ୍କଡା ମାଫିଆମାନେ ସକ୍ରିୟ ହୋଇପଡିଛନ୍ତି। ବରପଦା ତଥା ଅନ୍ୟ କିଛି ଅଞ୍ଚଳରେ ପୁଣି ସରକାରୀ ତଥା ବେସରକାରୀ ଜମିରେ ରାତିଅଧିଆ ମାଙ୍କଡା ଖୋଳି ଚାଲାଣ କରିବା ଆରମ୍ଭ କରିଛନ୍ତି। ସେପଟେ ଚାଷଜମି ନିକଟରେ ବଡ ବଡ ଗାତ ସୃଷ୍ଟି ହେଉଥିବା ଚାଷଜମି ଶୁଖିଲା ପଡିଯାଉଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି। ପାଣି ଅଭାବରୁ ଶହ ଶହ ଏକର ଚାଷଜମିରେ ମରୁଡି ଆଶଙ୍କା ଦେଖାଦେଇଛି। ସେପଟେ ମାଫିଆମାନେ କିଛି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ହାତ କରି ଅଳ୍ପ କିଛି ଅର୍ଥ ଲୋଭ ଦେଖାଇ ଜମି ନିଲାମରେ ନେଇ ମାଙ୍କଡା ଖୋଳି ବିକ୍ରି କରିବା ଆରମ୍ଭ କରିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାକ୍ରମେ ନିକଟରେ ୩ନଂ. ଜୋନ ଜିଲା ପରିଷଦ ସଭ୍ୟ ଗଜେନ୍ଦ୍ର ପ୍ରସାଦ ଦାସ ଓ ବହୁ ଲୋକପ୍ରତିନିଧି ଖଇରାଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ଭେଟି ଚୋରି ରୋକିବାକୁ ମାଙ୍କଡା ଖଣିଗୁଡିକୁ ନିଲାମ ପ୍ରକ୍ରିୟାରେ ଚଳାଇ ରାଜସ୍ବ ସଂଗ୍ରହ ପାଇଁ ଲିଖିତ ଭାବେ ଦାବି କରିଥିଲେ। ଏହାଦ୍ୱାରା ଶ୍ରମିକଙ୍କୁ ରୋଜଗାର ମିଳିପାରିବ ବୋଲି ଯୁକ୍ତି ଦର୍ଶାଇଥିଲେ। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନ ଧଳଙ୍କୁ ଯୋଗାଯୋଗ କରିବାରେ ଅଭିଯୋଗ ପରେ ରାଜସ୍ବ ନିରୀକ୍ଷକଙ୍କୁ ପଠାଇଥିଲେ ହେଁ କେହି ଖଣି ଖୋଳୁ ନ ଥିବା ଆରଆଇ ରିପୋର୍ଟ କରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

ମାଡ଼ିଲାଣି ସମୁଦ୍ର, ବିପଦରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତବାସୀ: ଏକାଠୀ ହେଲେ ୩ ଗ୍ରାମର ବାସିନ୍ଦା

ଛତ୍ରପୁର,୧୮ା୧୦ (ଦିଲ୍ଲୀପ ସାମଲ): ଜଳବାୟୁ ପରିବର୍ତ୍ତନ ହେତୁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି। ସମୁଦ୍ର କୂଳ ଦିନକୁ ଦିନ ଲଙ୍ଘୁଥିବାରୁ ଗଞ୍ଜାମ ଜିଲାର...

ଶ୍ରୀମନ୍ଦିରରେ ସେବାୟତଙ୍କୁ ହାଣିଲେ ଦୁର୍ବୃତ୍ତ, ରକ୍ତ ଜୁଡୁବୁଡୁ ହୋଇ…

ପୁରୀ,୧୮ା୧୦(ଅଜିତ୍‌ କୁମାର ମହାନ୍ତି): କିଛିଦିନର ବ୍ୟବଧାନ ପରେ ପୁରୀରେ ପୁଣି ଦୁର୍ବୃତ୍ତଙ୍କ ଆତଙ୍କ ଦେଖିବାକୁ ମିଳିଛି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ସିନିଅର...

ଝାରପଡ଼ା ଜେଲ୍‌ରେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮।୧୦: ଭୁବନେଶ୍ୱର ଝାରପଡ଼ା ଜେଲ୍‌ରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଜଣେ ବିଚାରାଧୀନ ବନ୍ଦୀଙ୍କୁ ପିଟିପିଟି ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ...

ଜମି ବିବାଦରୁ ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଆହତ

ବାଲିପାଟଣା,୧୮।୧୦: ବାଲିପାଟଣା ଥାନା ଅଧୀନ ଶ୍ରୀରାମପୁର ଗାଁରେ ଶୁକ୍ରବାର ଏକ ସଂଘର୍ଷ ଘଟିଛି। ଜମି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri