‘ମଙ୍କିପକ୍ସ’କୁ ନେଇ ବସିବ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, ୨୬।୭(ବ୍ୟୁରୋ): ଦେଶରେ ଆତଙ୍କ ଖେଳାଉଛି ‘ମଙ୍କିପକ୍ସ’ ଭାଇରସ। ଅଧିକାଂଶ ରାଜ୍ୟରେ ‘ମଙ୍କିପକ୍ସ’ ଆକ୍ରାନ୍ତ ଚିହ୍ନଟ ପରେ ଏବେ ସରକାର ଚିନ୍ତାରେ। ହେଲେ ଓଡ଼ିଶାରେ ଏ ପର୍ଯ୍ୟନ୍ତ ‘ମଙ୍କିପକ୍ସ’ ମାମଲା ଚିହ୍ନଟ ହୋଇ ନାହିଁ। ତଥାପି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାରା ରାଜ୍ୟରେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ, ଆସନ୍ତା ୩୦ ତାରିଖରେ ‘ମଙ୍କିପକ୍ସ’ କୁ ନେଇ ସ୍ବାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ବୈଠକ ବସିବ। ସେହିପରି ବାହାରୁ ଆସୁଥିବାଲୋକଙ୍କ ଉପରେ ନଜର ରଖାଯାଇଛି। ଏହା ସହ ଲକ୍ଷଣ ଥିଲେ ସ୍ବାସ୍ଥ୍ୟ ବିଭାଗ ସହ ପରାମର୍ଶ କରନ୍ତୁ।ଗାଇଡ଼ଲାଇନ ଆସିବା ପରେ ହସ୍ପିଟାଲଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Share