Categories: ଫୁରସତ

ହାତରୁ iPhone ଛଡ଼ାଇ ନେଇ କାନ୍ଥରେ ବସିଲା ମାଙ୍କଡ଼, ଫେରାଇବା ଲାଗି କଲା ଏଭଳି ଦାବି; ଭିଡିଓ ଦେଖିଲେ …

ବୃନ୍ଦାବନ ଭଗବାନଙ୍କ ଭକ୍ତି ଲାଗି ଯେତିକି ଖ୍ୟାତ, ସେତିକି ଏଠାକାର ମାଙ୍କଡ଼ମାନଙ୍କ ପାଇଁ ମଧ୍ୟ। କାରଣ ସେମାନେ କେତେବେଳେ ହାତରୁ କ’ଣ ଛଡ଼ାଇ ନେବେ କୁହାଯାଇପାରିବ ନାହିଁ। ଏହାର ଅନେକ ଭିଡିଓ ଭାଇରାଲ ହୁଏ ଯେଉଁଥିରେ ମାଙ୍କଡ ହାତରୁ ମୋବାଇଲ ଏବଂ ପ୍ରସାଦ ଛଡ଼ାଇ ନେଉଥିବା ଦେଖାଯାଏ। ପରେ ଫ୍ରୁଟି ନଚେତ ଲଡ଼ୁ ଦେଲେ ସାମଗ୍ରୀ ଫେରାଇଥାନ୍ତି। ଏଭଳି ଏକ ଘଟଣାକ୍ରମରେ ଏକ ମାଙ୍କଡ଼ ଜଣେ ଲୋକଙ୍କ ହାତରୁ iPhone ଛଡ଼ାଇ ନେଇଥିବା ଦେଖାଯାଇଛି। ପରେ ତାକୁ ଫ୍ରୁଟି ଦେବା ପରେ ମୋବାଇଲକୁ ମାଙ୍କଡ଼ ଦେଉଛି। ଏହି ଦୃଶ୍ୟକୁ ଯେକେହି ଦେଖିବ ହସିହସି ଗଡ଼ୁଛି।

ଆପଣ ବି ଦେଖନ୍ତୁ ଭିଡିଓ:

Share