ମାଙ୍କଡ଼ ଆତଙ୍କ: ଗୋଟିଏ ଦିନରେ ମେଡିକାଲରେ ୧୫ ଭର୍ତ୍ତି

ହିଞ୍ଜିଳିକାଟୁ,୧୭।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ଗ୍ରାମରେ ରବିବାର ଅପରାହ୍ନରେ ମାଙ୍କଡ ଆତଙ୍କ ଦେଖାଦେଇଛି । ମାଙ୍କଡ଼ କାମୁଡାରେ ଗ୍ରାମର ୧୫ରୁ ଊଦ୍ଦର୍‌ବ ମହିଳା ଓ ପୁରୁଷ ଆହତ ହୋଇଛନ୍ତି। ଆହତମାନେ ହେଲେ ତହଁର ଗ୍ରାମର ବୃନ୍ଦାବନ ଦାଶ, ନିରଞ୍ଜନ ପଣ୍ଡା, ଅଚ୍ୟୁତ ପ୍ରଧାନ, ଟିକି ବାଡତ୍ୟା, ବିପ୍ର ସାହୁ, ଜଗନ୍ନାଥ ଦଳେଇ, ମନୋରଞ୍ଜନ ରଥ, ବିଜୟ ମହାରଣା, ବିଷ୍ଣୁପ୍ରିୟା ପଟ୍ଟନାୟକ, ଶେରଗଡ଼ ଥାନା ପଥରପୁଞ୍ଜି ଗ୍ରାମର ବିଜୟ ପ୍ରଧାନ। ଆହତମାନେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷେ ମାଙ୍କଡକୁ କାବୁ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଶେରଗଡ଼ ବନ ଉପଖଣ୍ଡ ବନପାଳ ହରିକୃଷ୍ଣ ବାରିକଙ୍କୁ ପଚାରିବାରୁ, ଖବର ପାଇ ବନବିଭାଗର ୩ଜଣ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମାଙ୍କଡକୁ କାବୁ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ହେଲେ ମାଙ୍କଡକୁ କାବୁ କରାଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ ବ୍ୟବସାୟୀ, ବାଟରେ ଝାମ୍ପି ନେଲେ ସୁନା, ରୁପା ଭର୍ତ୍ତି ବ୍ୟାଗ

ଲହୁଣୀପଡ଼ା,୧୭ା୧୧(ଦାଶରଥି ପଣ୍ଡା): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଖୁଣ୍ଟଗାଁ ହାଟରୁ ସୁନା ବ୍ୟବସାୟୀଙ୍କଠାରୁ ସୁନା ଝାମ୍ପିନେଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ଲହୁଣୀପଡ଼ା ଥାନାରେ ଅଭିଯୋଗ...

ବୈକୁଣ୍ଠଧାମ ନାବାଳକ ପୂଜା ପ୍ରସଙ୍ଗ: ବେଆଇନ ନିର୍ମାଣ ଥିଲେ କାର୍ଯ୍ୟାନୁଷ୍ଠାନ ହେବା ନେଇ ଜିଲାପାଳଙ୍କ ବଡ଼ ସୂଚନା

ଖୋର୍ଦ୍ଧା,୧୭।୧୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଖଣ୍ଡଗିରିସ୍ଥିତ ବୈକୁଣ୍ଠଧାମ ଆଶ୍ରମର ନାବାଳକଙ୍କ ପାଦରେ ତୁଳସୀ ରଖି ପୂଜା ପ୍ରସଙ୍ଗକୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ସରକାରୀ...

୬୬୨ ବର୍ଗ ମହାବିଦ୍ୟାଳୟର ଆନ୍ଦୋଳନ ଚେତାବନୀ

କୋରାପୁଟ,୧୭ା୧୧(ଅମିତାଭ ବେହେରା): ନିଖିଳ ଓଡ଼ିଶା ୬୬୨ ବର୍ଗ (+୨ ଓ +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ କୋରାପୁଟ ଜିଲା ଶାଖା ପକ୍ଷରୁ ଏକ...

୨୮ ବାଇକ୍‌ ଚୋରି କରି ଜଙ୍ଗଲରେ ରଖିଥିଲେ, ଚଢ଼ାଉ କରି ୨ ଜଣଙ୍କୁ ବାନ୍ଧିଲା ପୋଲିସ

ସମ୍ବଲପୁର୧୭ା୧୧(ପ୍ରମୋଦ ବହିଦାର): ଜଙ୍ଗଲ ମଧ୍ୟରେ ୨୮ ଚୋରା ବାଇକ୍‌କୁ ବିକ୍ରି ପାଇଁ ଲୁଚାଇ ରଖିଥିବାବେଳେ ଅଇଁଠାପାଲି ପୋଲିସ ଜବତ କରିଛି। ସମ୍ବଲପୁର ଜିଲା ଯୁଯୁମୁରା ଥାନା...

ଲକ୍ଷ୍ମୀ ବସ୍‌ର ମନମାନିକୁ ଚ୍ୟାଲେଞ୍ଜ କରି ଆନ୍ଦୋଳନକୁ ଓହ୍ଲାଇବ ଘରୋଇ ବସ୍‌ ମାଲିକ ସଂଘ

ପୁରୁଷୋତ୍ତମପୁର,୧୭ା୧୧(ସୀମାଞ୍ଚଳ ମିଶ୍ର): ଲକ୍ଷ୍ମୀ ବସ୍‌ ମନୋମୁଖୀ ଚଳାଚଳ କରୁଥିବାର ଅଭିଯୋଗ କରି ଧର୍ମଘଟ ଡାକରା ଦେଇଛି ଘରୋଇ ବସ୍‌ ମାଲିକ ସଂଘ। ଯଦ୍ବାରା ଆସନ୍ତା ୨୦...

ବିଦ୍ୟୁତ ସଂଯୋଗ କାର୍ଯ୍ୟ ଚାଲିଥିବାବେଳେ ୭ ଲକ୍ଷ ଟଙ୍କାର ତାର ଚୋରି କରିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ,୧୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଞ୍ଚଳରେ ଓଡିଏସ୍‌ଏସ୍‌ପି-୪ ଯୋଜନାରେ ଗଣ୍ଡଳା ଗ୍ରାମରୁ ଶାସନଆମ୍ବଗାଁ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ବିଦ୍ୟୁତତାର ସଂଯୋଗ କାର୍ଯ୍ୟ ଚାଲିଛି।...

ବିଦ୍ୟାଳୟ ପରିସରରୁ ଦୁର୍ବୃତ୍ତ କାଟିନେଲେ ଚନ୍ଦନ ଗଛ

ପାଟଣା,୧୭ା୧୧(ବୀରକିଶୋର ଦାସ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସର୍ବପୁରାତନ ଗୋପୀନାଥ ନାରାୟଣ ଉଚ୍ଚବିଦ୍ୟାଳୟ ପରିସରରୁ ଶନିବାର ବିଳମ୍ବିତ ରାତିରେ ଚନ୍ଦନକାଠ ମାଫିଆ ୧୨ବର୍ଷ ପୁରୁଣା...

ପିଲାଙ୍କୁ ନ ବାଣ୍ଟି ଡମ୍ପିଂୟାର୍ଡରେ କିଏ ଫିଙ୍ଗିଲା ସ୍କୁଲ ଡ୍ରେସ୍‌ ଆଉ ଜୋତା? ତଦନ୍ତ ଦାବି କରି…

କୋରାପୁଟ,୧୭ା୧୧: ରାଜ୍ୟ ସରକାର ପିଲାମାନଙ୍କୁ ବିଦ୍ୟାଳୟାଭିମୁଖୀ କରିବା ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନଙ୍କ ପାଇଁ ମଧ୍ୟାହ୍ନଭୋଜନ ବ୍ୟବସ୍ଥାଠାରୁ ଆରମ୍ଭ କରି ୟୁନିଫର୍ମ,...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri