ଯୌନ ସମ୍ପର୍କ ଦ୍ୱାରା ବି ହୋଇଥାଏ ମଙ୍କିପକ୍ସ ସଂକ୍ରମଣ, କହିଲା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ…

ଜେନେଭା,୨୫।୧୧ : ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି ମଙ୍କିପକ୍ସ ମଧ୍ୟ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ। ଆଫ୍ରିକୀୟ ଦେଶ କଙ୍ଗୋରେ ମଙ୍କିପକ୍ସ ସଂକ୍ରମଣ ବହୁ ପରିମାଣରେ ବ୍ୟାପିଛି। ଆଫ୍ରିକୀୟ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯଦି ଏହା ବର୍ତ୍ତମାନ ନିୟନ୍ତ୍ରିତ ନ ହୁଏ ତେବେ ଏହା ଅତ୍ୟନ୍ତ ବିପଜ୍ଜନକ ହୋଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିଶ୍ଚିତ କରିଛି ମଙ୍କିପକ୍ସ ସଂକ୍ରମଣ ଯୌନ ସମ୍ପର୍କ ମାଧ୍ୟମରେ ହୋଇପାରେ ।

ସଂଗଠନ କହିଛି ବେଲଜିୟମ ବ୍ୟକ୍ତି ମାର୍ଚ୍ଚରେ କଙ୍ଗୋ ଗସ୍ତ କରିଥିଲେ ଏବଂ ମଙ୍କିପକ୍ସ ପାଇଁ ପଜିଟିଭ ପରୀକ୍ଷା କରିଥିଲେ। ସଂକ୍ରମିତ ବ୍ୟକ୍ତି ସମଲିଙ୍ଗୀ ଏବଂ କଙ୍ଗୋରେ ଅନେକ ଲୋକଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିଲା। ବେଲଜିୟମର ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ଥିବା ଅନ୍ୟ ପାଞ୍ଚଜଣଙ୍କୁ ମଧ୍ୟ ମଙ୍କିପକ୍ସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହାକୁ ଭିତ୍ତିକରି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହା ନିଶ୍ଚିତ କରିଛି।

ବୈଜ୍ଞାନିକମାନେ କହିଛନ୍ତି ଏହା ହେଉଛି ପ୍ରଥମ ପ୍ରମାଣ ଯାହା ଦର୍ଶାଉଛି ମଙ୍କିପକ୍ସ ଯୌନ ସମ୍ପର୍କ ମାଧ୍ୟମରେ ବିସ୍ତାର ହୋଇପାରେ, ଯଦିଓ ସଂଗଡନ ପକ୍ଷରୁ ପୂର୍ବରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।

Share