ନୂଆଦିଲ୍ଲୀ,୧୬।୯: ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ମଙ୍କିପକ୍ସ ଭାଇରସ୍ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟରେ ମଙ୍କିପକ୍ସ ଏବେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ବାସ୍ଥ୍ୟ ବିଭାଗର ଚିନ୍ତାର ବିଷୟ ପାଲଟିଛି। ସୂଚନା ମୁତାବକ, ରାଜଧାନୀରେ ରହୁଥିବା ନାଇଜେରିଆର ଜଣେ ମହିଳା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଦିଲ୍ଲୀର ଏଲ୍ଏନ୍ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାକୁ ମିଶାଇ ଭାରତରେ ଏପର୍ଯ୍ୟନ୍ତ ୧୩ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି।