ମଙ୍କିପକ୍ସ ସଂକ୍ରମିତଙ୍କ ସମ୍ପର୍କରେ ଆସି କୁୁକୁର ସଂକ୍ରମିତ!

ପ୍ୟାରିସ,୧୮ ।୮: ସାରା ବିଶ୍ୱରେ ମଙ୍କିପକ୍ସ ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି । ଇତିମଧ୍ୟରେ ମଙ୍କିପକ୍ସକୁ ନେଇ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । ଫ୍ରାନ୍ସର ପ୍ୟାରିସରେ ମଣିଷଠାରୁ ଏକ କୁକୁରକୁ ମଙ୍କିପକ୍ସ ସଂକ୍ରମଣ ହୋଇଛି । ଏହା ବିଶ୍ୱର ସବୁଠାରୁ ଦୁର୍ଲଭ ସଂକ୍ରମଣ ବୋଲି କୁହାଯାଉଛି ।
ଏସମ୍ପର୍କରେ ମେଡିକାଲ ରିସର୍ଚ ଜର୍ନାଲ ଲ୍ୟାଂସେଟରେ ରିପୋର୍ଟ ପ୍ରକାଶ ପାଇଛି । ବିଶେଷଜ୍ଞମାନେ କହିଛନ୍ତି, ଯଦି ମଙ୍କିପକ୍ସ ଭିନ୍ନ ଜୀବଙ୍କୁ ସଂକ୍ରମିତ କରୁଛି ତେବେ ଏହା ବିକଶିତ ହୋଇ ଭିନ୍ନ ପ୍ରକାରର ମ୍ୟୁଟେଟ ହେବାର ସମ୍ଭାବନା ରହିଛି । ଏବେ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଆଲର୍ଟ ଜାରି କରିଛି । ତେବେ ମଙ୍କିପକ୍ସ ସଂକ୍ରମିତ ଲୋକେ କୁକୁର ସଂସ୍ପର୍ଶରେ ନ ଆସିବାକୁ ଡବ୍ଲୁଏଚଓ ପରାମର୍ଶ ଦେଇଛି ।

Share