Categories: ଜାତୀୟ

ରାଜଧାନୀରେ ପ୍ରଥମ ମଙ୍କିପକ୍ସ ଚିହ୍ନଟ, ଆକ୍ରାନ୍ତ କେବେ ଯାଇନାହାନ୍ତି ବିଦେଶ

ନୂଆଦିଲ୍ଲୀ,୨୪ା୭:  ରାଜଧାନୀ ଦିଲ୍ଲୀରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ସଂକ୍ରମିତ ବ୍ୟକ୍ତି କେବେ ବି ବିଦେଶ ଯାତ୍ରା କରିନାହାନ୍ତି। ପଶ୍ଚିମ ଦିଲ୍ଲୀର ୩୧ ବର୍ଷୀୟ ଆକ୍ରାନ୍ତଙ୍କୁ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଦିନ ପୂର୍ବେ ଏହି ରୋଗୀଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ନ୍ୟାଶନାଲ ଇନିଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (NIV)ପୁଣେକୁ ପଠାଯାଇଥିଲା। ଯାହାଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

ଦିଲ୍ଲୀର ଲୋକନାୟକ ହସ୍ପିଟାଲକୁ ମଙ୍କିପକ୍ସ ମାମଲା ପାଇଁ ନୋଡାଲ କେନ୍ଦ୍ର କରାଯାଇଛି। ରାଜଧାନୀରେ ଚିହ୍ନଟ ସମସ୍ତ ମଙ୍କିପକ୍ସ ମାମଲା ଏହି ହସ୍ପିଟାଲରେ ହିଁ ଚିକିତ୍ସିତ ହେବେ।

ଏହାପୂର୍ବରୁ କେରଳରୁ ୩ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜୁଲାଇ ୧୪ରେ ପ୍ରଥମ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଥିଲା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ସୁଦ୍ଧା ୪ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share