ବ୍ରାଜିଲରେ ବ୍ୟାପିଲା ମଙ୍କିପକ୍ସ

ବ୍ରାସିଲିଆ,୧୦ା୬: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ଆମେରିକା, କାନାଡା, ମେକ୍ସିକୋ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ବ୍ରିଟେନ ପରି ୨୯ଟି ଦେଶକୁ ବ୍ୟାପିଥିବା ମଙ୍କିପକ୍ସ ବର୍ତ୍ତମାନ ବ୍ରାଜିଲରେ ମଧ୍ୟ ଦେଖାଦେଇଛି। ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ବ୍ରାଜିଲ ସାଓ ପାଉଲୋରେ ଦେଶର ପ୍ରଥମ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସହରର ସ୍ବାସ୍ଥ୍ୟ ସଚିବାଳୟ ଏକ ବିବୃତ୍ତିରେ କହିଛି, ନିକଟରେ ସ୍ପେନ ଏବଂ ପର୍ତ୍ତୁଗାଲ ଯାତ୍ରା କରିଥିବା ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ବର୍ତ୍ତମାନ ଏହି ରୋଗୀ ଜଣକ ଏମିଲିଓ ରିବାସ ପବ୍ଲିକ ହସ୍ପିଟାଲରେ ଆଇସୋଲେଶନରେ ଅଛନ୍ତି।

ଅନ୍ୟ ଏକ ସନ୍ଦିଗ୍ଧ ମଙ୍କିପକ୍ସ ମାମଲା ସାଓ ପାଉଲୋରେ ସାମ୍ନାକୁ ଆସିଛି। ଯେଉଁଥିରେ ୨୬ ବର୍ଷୀୟା ମହିଳା ରହିଛନ୍ତି। ସେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Share