୧୫ ଦେଶରେ ବ୍ୟାପିଲା ମଙ୍କିପକ୍ସ

ଜେନେଭା,୧୬।୮: ଏବେ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ଜୀବାଣୁର ଭୟ ବ୍ୟାପିଛି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମଙ୍କିପକ୍ସର ଏକ ମାମଲା ରୁଜୁ ହୋଇଛି, ଯାହାକି ଦେଶରେ ଏହି ରୋଗର ପ୍ରଥମ ଘଟଣା। ପାକିସ୍ତାନରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ଭାରତ ପାଇଁ ମଧ୍ୟ ଆଲାର୍ମ ଘଣ୍ଟି ବଜାଇବା ଆରମ୍ଭ ହୋଇଛି। ତେବେ ଏହି ରୋଗ ଭାରତ ଉପରେ କି ପ୍ରଭାବ ପକାଇବ ସେନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ମଙ୍କିପକ୍ସ ଏପର୍ଯ୍ୟନ୍ତ ୭୦ଟି ଦେଶରେ ବ୍ୟାପି ସାରିଛି। ହେଲେ ଏବେ ବିଶ୍ୱର ୧୫ଟି ଦେଶରେ ସଦ୍ୟତମ ଭାବେ ଏହି ସଂକ୍ରମଣ ଦେଖାଦେଇଛି। ତେବେ ଭାରତୀୟ ଡାକ୍ତରମାନେ ଏହି ଜୀବାଣୁକୁ ଦେଶ ପାଇଁ କୌଣସି ବିପଦ ବୋଲି ବିଚାର କରୁନାହାଁନ୍ତି। କିନ୍ତୁ ସର୍ବଭାରତୀୟ ଜନସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦେଶରେ ଏକ ସତର୍କ ସୂଚନା ଜାରି କରିଛି। ଏଥିସହ ଲୋକଙ୍କୁ ଏହି ଜୀବାଣୁ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଡବ୍ଲୁଏଚଓ ଏହାକୁ ନେଇ ଏକ ଆଡଭାଇଜରୀ ଜାରି କରି କହିଛି ଯେ ଯଦି କାହାର ଚର୍ମରେ ଦାଗ ବା କ୍ଷତ ଦେଖାଯାଏ, ତେବେ ସେମାନେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍‌। କାରଣ ଏହା ମଙ୍କିପକ୍ସ ହୋଇପାରେ। ସୂଚନାଯୋଗ୍ୟ, ମଙ୍କିପକ୍ସ ଏକ ସଂକ୍ରାମକ ରୋଗ ଏବଂ ପରସ୍ପର ସହିତ ଯୋଗାଯୋଗ ମାଧ୍ୟମରେ ଏହା ବ୍ୟାପିଥାଏ।

ମଙ୍କିପକ୍ସ ଜୀବାଣୁ ଏପର୍ଯ୍ୟନ୍ତ ବିଶ୍ୱର ୭୦ ଟି ଦେଶରେ ବ୍ୟାପିଛି, କିନ୍ତୁ ୧୫ ଟି ଦେଶରେ ତାଜା ସଂକ୍ରମଣ ହୋଇଛି। ପଡୋଶୀ ପାକିସ୍ତାନର ନାମ ମଧ୍ୟ ଏହି ଦେଶରେ ଅନ୍ତର୍ଭୁକ୍ତ ହୋଇଛି। ଏହା ବ୍ୟତୀତ ମଙ୍କିପକ୍ସ ଉଗାଣ୍ଡା, କଙ୍ଗୋ, ରୁୱାଣ୍ଡା, କେନିଆ, ବୁରୁଣ୍ଡି ଏବଂ ସ୍ବଡେନକୁ ମଧ୍ୟ ବ୍ୟାପିଛି। ସୂଚନାଯୋଗ୍ୟ, ୨୦୨୨ ମସିହାରେ ଏହି ମହାମାରୀ ଆମେରିକା ଏବଂ ବ୍ରିଟେନରେ ମଧ୍ୟ ବ୍ୟାପି ଯାଇଥିଲା। ଏହି ରୋଗରେ ସଂକ୍ରମିତ ୨୭ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ଯେଉଁଥିରୁ ୧୦୦୦ ଲୋକ ପ୍ରାଣ ହରାଇଛନ୍ତି।

Share