Categories: ଜାତୀୟ

ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ‘ମଙ୍କିପକ୍ସ’ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲ୍‌ଏନ୍‌ଜେପି) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ରିର୍ପୋଟ ଗୁରୁବାର ନେଗେଟିଭ୍‌ ଆସିଛି। ନେଗେଟିଭ୍‌ ରିପୋର୍ଟ ଆସିବା ପରେ ଯୁବକଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏନେଇ ଏଲ୍‌ଏନ୍‌ଜେପି ହସ୍ପିଟାଲ ନିର୍ଦ୍ଦେଶକ ଡା.ସୁରେଶ କୁମାର ଏହି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୩୪ ବର୍ଷୀୟ ଯୁବକ ନିକଟରେ ହିମାଚଳ ପ୍ରଦେଶର ମନାଲିରେ ଏକ ପାର୍ଟିରେ ଯୋଗ ଦେଇଥିଲେ। ତେବେ ସୋମବାର ଦିଲ୍ଲୀ ଫେରିଥିବା ବେଳେ ସାମାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା। ଏନେଇ ତାଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Share