Categories: ଜାତୀୟ

୨୦ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ

ଜେନେଭା,୨୮।୫: ମଙ୍କିପକ୍ସ ଏବେ ୨୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ଏହା ମନ୍ଥର ଗତିରେ ସଂକ୍ରମଣ ହେଉଥିବାରୁ ଲୋକେ ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ। ମଙ୍କିପକ୍ସ ଏକ ରୋଗ ନୁହେଁ, ତଥାପି ଏହାର ସଂକ୍ରମଣକୁ ରୋକିବା ଉପରେ ପ୍ରାଥମିକତା ଦେବାକୁ ଡବ୍ଲ୍ୟୁଏଚ୍‌ଓ ବିଶ୍ୱ ସଂକ୍ରମଣଜନିତ ବିପଦ ପ୍ରସ୍ତୁତି ବିଭାଗ ନିର୍ଦ୍ଦେଶକ ସିଲ୍‌ଭି ବ୍ରିଆଣ୍ଡ କହିଛନ୍ତି। ମଙ୍କିପକ୍ସ ବର୍ତ୍ତମାନ ସୁଦ୍ଧା ଭାରତରେ ଚିହ୍ନଟ ହୋଇ ନାହିଁ। ବାହାର ଦେଶରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ପ୍ରସ୍ତୁତ ରହିଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ପକ୍ଷରୁ କୁହାଯାଇଛି।

Share