Categories: ଜାତୀୟ

ଦିଲ୍ଲୀରେ ଆଉ ଏକ ମଙ୍କିପକ୍ସ ମାମଲା ଚିହ୍ନଟ: ଟ୍ରାଭେଲ୍‌ ହିଷ୍ଟ୍ରି ସହ ରହିଛି ଲକ୍ଷଣ

ନୂଆଦିଲ୍ଲୀ,୨୭।୭: କରୋନା ପରେ ଏବେ ମଙ୍କିପକ୍ସ ସଂକ୍ରମଣ ରାଜଧାନୀ ଦିଲ୍ଲୀରେ ଏବେ ଚିନ୍ତାର କାରଣ ପାଲଟିଛି। ବୁଧବାର ଦିଲ୍ଲୀରେ ମଙ୍କିପକ୍ସର ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କୁ ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ (ଏଲ୍‌ଏନ୍‌ଜେପି) ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉକ୍ତ ବ୍ୟକ୍ତିଙ୍କର ଶରୀରରେ ଚର୍ମ ଦାଗ ରହିବା ସହ ଅତ୍ୟଧିକ ଜ୍ୱର ଭଳି ଲକ୍ଷଣ ରହିଛି। ତାଙ୍କର ନମୁନା ଯାଞ୍ଚ ପାଇଁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ପୁଣେକୁ ପଠାଯାଇଥିବା ବେଳେ ଏପର୍ଯ୍ୟନ୍ତ ରିପୋର୍ଟ ଆସିନାହିଁ। ଅନ୍ୟପଟେ ବ୍ୟକ୍ତିଜଣକ ନିକଟରେ ବିଦେଶରୁ ଫେରିଥିବା ଜଣାପଡ଼ିଛି। ସୂଚନା ମୁତାବକ, ନୂତନ ମାମଲାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ୫ଜଣ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାପୂର୍ବରୁ ଦିଲ୍ଲୀରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ପ୍ରଥମ ସଂକ୍ରମିତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଶରୀରରେ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି।

Share