Categories: ଜାତୀୟ

ଚିନ୍ତା ବଢାଇଲାଣି ମଙ୍କିପକ୍ସ: ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ, ୨୮।୫: ସାରା ବିଶ୍ୱରେ ଏବେ ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ। ବର୍ତ୍ତମାନ ସୁଦ୍ଧା ଏହି ମାମଲା ୨୦ରୁ ଅଧିକ ଦେଶରେ ବ୍ୟାପିସାରିଲାଣି। ପ୍ରାୟ ୨୦୦ ଟି ମାମଲା ଚିହ୍ନଟ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)ପକ୍ଷରୁ ସତର୍କତା ଜାରି କରାଯାଇଛି। ହୁ କହିବା ଅନୁଯାୟୀ, ସତର୍କ ନ ରହିଲେ ମଙ୍କିପକ୍ସ ଭାଇରସ ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ। ଆମେରିକା ଏବଂ ୟୁରୋପରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି।

Share