କରୋନା ପରେ ଏବେ ମଙ୍କିପକ୍ସ, ଦେଖାଦିଏ ଏସବୁ ଲକ୍ଷଣ

ଓ୍ବାଶିଂଟନ,୧୯ା୫: କରୋନା ମହାମାରୀରୁ ବିଶ୍ୱ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବା ବେଳେ ଏବେ ଆଉ ଏକ ଭୂତାଣୁ ଭୟଭୀତ କଲାଣି। ମଙ୍କିପକ୍ସ ନାମକ ଏକ ନୂଆ ଭୂତାଣୁ ଚିହ୍ନଟ ହୋଇଛି। ନିକଟରେ ବ୍ରିଟେନରୁ ମଙ୍କିପକ୍ସରେ ୭ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏହି ସମୟରେ ଆମେରିକାର ମାସାଚ୍ୟୁଟ୍ସ ଜନସ୍ବାସ୍ଥ୍ୟ ବିଭାଗ ବୁଧବାର କାନାଡା ଗସ୍ତରେ ଜଣେ ବୟସ୍କ ପୁରୁଷଙ୍କଠାରେ ମଙ୍କିପକ୍ସ ଦେଖିବାକୁ ମିଳିଛି ବୋଲି କମନଓ୍ବେଲ୍‌ଥ ଅଫ୍‌ ମାସାଚ୍ୟୁଟ୍ସ ରିପୋର୍ଟ କରିଛି। ମଙ୍କିପକ୍ସ ଏକ ଭୂତାଣୁ ଜନିତ ରୋଗ। ଯାହା ମୁଖ୍ୟତଃ କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାର ଟ୍ରପିକାଲ ରେନ୍ଫରେଷ୍ଟ ଅଞ୍ଚଳରେ ଦେଖାଯାଏ। କିନ୍ତୁ ବିଭିନ୍ନ ସ୍ଥାନରୁ ମକ୍କିପକ୍ସର ମାମଲା ମଧ୍ୟ ଆସୁଛି। ଏହି ଭୂତାଣୁ ବର୍ତ୍ତମାନ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି।

ଦେଖାଦିଏ ଏସବୁ ଲକ୍ଷଣ:

ମଙ୍କିପକ୍ସ ସାଧାରଣତଃ ସ୍ବାଇନ୍‌ ଫ୍ଲୁ ଭଳି ରୋଗରୁ ଆରମ୍ଭ ହୁଏ। ଏହା ଦ୍ୱାରା ଲସିକା ଗ୍ରନ୍ଥି ଫୁଲିଯାଏ। ମୁହଁ ଏବଂ ଶରୀରରେ ଘା’ ହୋଇଯାଏ। ଅଧିକାଂଶ ସଂକ୍ରମଣ ୨ରୁ ୪ ସପ୍ତାହ ପର୍ଯ୍ୟନ୍ତ ରହିଥାଏ। ସାଧାରଣତଃ ଏହି ରୋଗରେ ଜ୍ୱର, ଦାଗ ଏବଂ ଫୁଲିଯାଇଥିବା ଲସିକା ଗ୍ରନ୍ଥି ଭଳି ଲକ୍ଷଣ ଦେଖାଯାଏ। ଜୀବନ୍ତ କିମ୍ବା ମୃତ ବନ୍ୟଜନ୍ତୁଙ୍କ ମାଂସ ଖାଇଲେ ମୁଖ୍ୟତଃ ଏହି ରୋଗ ବ୍ୟାପିଥାଏ।

Share