ମୌସୁମୀ ସକ୍ରିୟ: ଅନୁଗୋଳ ଜିଲାରେ ସର୍ବାଧିକ ବର୍ଷା ରେକର୍ଡ

ଭୁବନେଶ୍ୱର ୨୬।୦୬(ଅନିଲ ଦାସ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୧. ୭ମିମି ବର୍ଷା ରେକର୍ଡ କରାଯାଇଛି । ସ୍ବାଭାବିକ ବର୍ଷା ୮.୬ ମିମି ତୁଳନାରେ ଏହା ୨୬୯ ପ୍ରତିଶତ ଅଧିକ। ବଙ୍ଗୋପସାଗରରେ ଲଘୁଚାପର ପ୍ରଭାବରେ ଆହୁରି ଦୁଇ ଦିନ ବର୍ଷିବ। ତେବେ ଅନୁଗୋଳ ଜିଲାରେ ସର୍ବାଧିକ ୧୦୧.୧ମିମି ବର୍ଷା ରେକର୍ଡ କରାଯାଇଛି । ଉତ୍ତର ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଛି। ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି । ଏହା ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ମଧ୍ୟ ଦେଇ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବା ସମ୍ଭାବନା ରହିଛି ।

Share