ମୌସୁମୀ ସକ୍ରିୟ: ୫ ଦିନ ସାରା ରାଜ୍ୟରେ ବର୍ଷା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏଥିସହିତ ମଧ୍ୟ ପ୍ରଦେଶରୁ ଉପକୂଳ ଓଡିଶା ଉପରେ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୫ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, ବଲାଙ୍ଗୀର, ବରଗଡ, ସୋନପୁର, ସମ୍ବଲପୁର, ଦେବଗଡ, କେନ୍ଦୁଝର, ମୟୂଭଞ୍ଜ, ଅନୁଗୋଳ, ପୁରୀ, ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟରେ ଆଭ୍ୟନ୍ତରୀଣ ଓଡିଶା ସମେତ ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି।

Share