Posted inଫୁରସତ

ମନସୁନ୍‌ ଡେଷ୍ଟିନେଶନ

ରିମ୍‌ଝିମ୍‌ ବର୍ଷାରେ ଭିଜି ଭିଜି ବୁଲିବାରେ ବି ଥାଏ ଅପୂର୍ବ ଆନନ୍ଦ। ସେଥିପାଇଁ କେତେକ ପର୍ଯ୍ୟଟକ ବର୍ଷାଦିନେ ମଧ୍ୟ ପ୍ଲାନିଂ କରିଥାନ୍ତି କୁଆଡ଼େ ଟିକେ ବୁଲି ଯିବାକୁ। ତେଣୁ ଏଠାରେ ସେମିତି କେତୋଟି ମନସୁନ୍‌ ଡେଷ୍ଟିନେଶନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ଗଲେ ବର୍ଷାର ଅପୂର୍ବ ଶୋଭା ଉପଭୋଗ କରିବାର ସୁଯୋଗ ମିଳିଥାଏ…
*ଚେରାପୁଞ୍ଜି: ପ୍ରାକୃତିକ ବୈଭବରେ ଭରା ଚେରାପୁଞ୍ଜି ହେଉଛି ଏମିତି ଏକ ସ୍ଥାନ, ଯେଉଁଠାରେ ଅଧିକ ମାତ୍ରାରେ ବର୍ଷା ହେଉଥିବାର ରେକର୍ଡ ରହିଛି। ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ ମାତ୍ରାରେ ବର୍ଷା ହେଉଥିବାରୁ ଏହି ସ୍ଥାନକୁ ଅନେକେ ପୃଥିବୀର ଏକ ଆଦ୍ରତାପୂର୍ଣ୍ଣ ସ୍ଥାନ ଭାବେ ଗଣନା କରିଥାନ୍ତି। ତେବେ ଏଠାରେ କେବଳ ଅଧିକ ମାତ୍ରାରେ ବର୍ଷା ହୁଏ ତାହା ନୁହେଁ, ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଠି ରହିଛି ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଯେମିତିକି: ପାହାଡି ଇଲାକା, ନୋହକାଲିକାଈ ଝରଣା, ସେଭେନ୍‌ ସିଷ୍ଟର୍ସ ଫଲ୍ସ ତଥା ଏକାଧିକ ଗୁମ୍ଫାର ସମ୍ଭାର ଇତ୍ୟାଦି। ଖାସ୍‌ ବର୍ଷାକୁ ଉପଭୋଗ କରିବା ପାଇଁ ବର୍ଷାଦିନେ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।
* ମୌସିନ୍‌ରାମ: ବର୍ଷାରେ ଭିଜିବାକୁ ଭଲ ପାଉଥିବା ପର୍ଯ୍ୟଟକଙ୍କ ପାଇଁ ମୌସିନ୍‌ରାମ ବି ଏକ ସ୍ବର୍ଗୀୟ ସ୍ଥାନ ସଦୃଶ। କାରଣ ଚେରାପୁଞ୍ଜି ପରି ଏହା ମଧ୍ୟ ହେଉଛି ଭାରତର ଏମିତି ଏକ ସ୍ଥାନ, ଯେଉଁଠାରେ ବି ଅଧିକ ମାତ୍ରାରେ ବର୍ଷା ହୋଇଥାଏ। ସେଇଥିପାଇଁ ଏହାକୁ ବି ଭାରତର ତଥା ବିଶ୍ୱର ଅନ୍ୟତମ ଆଦ୍ରତାପୂର୍ଣ୍ଣ ସ୍ଥାନ ଭାବେ ବିବେଚନା କରାଯାଇଥାଏ। ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲାର ଅନ୍ୟ ଏକ ସ୍ଥାନ ହେଉଛି ମୌସିନ୍‌ରାମ; ଯେଉଁଠାରେ ବର୍ଷର ଅଧିକାଂଶ ସମୟ ଆକାଶ ମେଘାଚ୍ଛନ୍ନ ରହିଥାଏ। ଯେହେତୁ ଏଠାରେ ସବୁବେଳେ ପାଗ ଆଦ୍ର ରହିଥାଏ, ତେଣୁ ଘର ବାହାରେ କାମ କରୁଥିବା ଶ୍ରମିକମାନେ ଅଚାନକ୍‌ ବର୍ଷାରୁ ରକ୍ଷା ପାଇବା ପାଇଁ ନିଜ ମୁଣ୍ଡ ଏବଂ ପିଠି ଉପରେ କଦଳୀପତ୍ର ଓ ବାଉଁଶରୁ ତିଆରି ଏକ ସ୍ବତନ୍ତ୍ର ପକ୍ଷିଆକୁ ଘୋଡାଇ କାମ କରୁଥିବାର ଦେଖିବାକୁ ମିଳେ। ତା’ଛଡ଼ା ଏଠାରେ ଅନେକ ଝରଣା ଓ ଗୁମ୍ଫା ବି ରହିଛି। ମୌଜିମ୍‌ବୁଇଁ ହେଉଛି ଏଠାକାର ଏମିତି ଏକ ଗୁମ୍ଫା, ଯାହାର ଚଟାଣରୁ ବର୍ଚ୍ଛା ପରି ଉଠିଥିବା କ୍ୟାଲ୍‌ସିୟମ୍‌ କାର୍ବୋନେଟ୍‌ର କେତୋଟି ଖଣ୍ଡ ଦେଖିବାକୁ ମିଳିଥାଏ; ଯାହା ଦେଖିବାକୁ ବେଶ୍‌ ଅଜବ ଲାଗିଥାଏ।
* ଅମ୍ବୋଲି: ମହାରାଷ୍ଟ୍ରର ଏହା ହେଉଛି ଏକ ଶୈଳନିବାସ। ବର୍ଷସାରା ଏଠାକାର ଜଳବାୟୁ ବୁଲାବୁଲି କରିବାକୁ ଖୁବ୍‌ ଅନୁକୂଳ ରହିଥାଏ, ଯଦ୍ଦ୍ବାରା ବର୍ଷକଯାକ ଏଠାରେ ପର୍ଯ୍ୟଟକଙ୍କର ଭିଡ ପରିଲକ୍ଷିତ ହୁଏ। ବର୍ଷା ଟିକେ ଏଠାରେ ଅଧିକ ହେଉଥିବାରୁ ଏଠାକାର ବର୍ଷାକାଳୀନ ଦୃଶ୍ୟ ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗେ। ବର୍ଷାଦିନେ ଏଠାରେ ଭିଜି ଭିଜି ସ୍ଥାନୀୟ ଅମ୍ବୋଲି ଜଳପ୍ରପାତ, ମହାଦେବଗଡ଼, ହିରଣ୍ୟକେଶୀ ମନ୍ଦିର, ସନ୍‌ସେଟ୍‌ ପଏଣ୍ଟ, ନାନଗରତା ଜଳପ୍ରପାତ ଇତ୍ୟାଦି ସ୍ଥାନ ବୁଲି ଦେଖିବାର ମଜା ହିଁ କିଛି ନିଆରା ଲାଗେ।
* କର୍ଜତ : ମହାରାଷ୍ଟ୍ରର ଅନ୍ୟ ଏକ ଆକର୍ଷଣୀୟ ମନ୍‌ସୁନ୍‌ ଡେଷ୍ଟିନେଶନ ହେଉଛି କର୍ଜତ। ସବୁଜ ସୁନ୍ଦର ପରିବେଶ, ନଦୀ, ଝରଣା ପାଇଁ ଏହାର ରହିଛି ବେଶ୍‌ ଲୋକପ୍ରିୟତା। ରିମ୍‌ଝିମ୍‌ ବର୍ଷା ସାଙ୍ଗକୁ ଏଠାକାର ପାହାଡ଼, ପର୍ବତ, ଗୁମ୍ଫା ବି ପର୍ଯ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଏହାଛଡ଼ା ଏହାର ନିକଟତମ ଅଞ୍ଚଳରେ ଅନେକ ଆଧ୍ୟାତ୍ମିକ ତଥା ଐତିହାସିକ ପର୍ଯ୍ୟଟନସ୍ଥଳୀ ବି ଦେଖିବାକୁ ମିଳିଥାଏ; ତନ୍ମଧ୍ୟରୁ କୋଥଲିଗଡ଼ ଦୁର୍ଗ, ଉହ୍ଲାସ ଉପତ୍ୟକା, କୋଣ୍ଡାନା ଗୁମ୍ଫା, କୋଣ୍ଡେଶ୍ୱର ମନ୍ଦିର, ବାହିରି ଗୁମ୍ଫା  ଇତ୍ୟାଦି ଅନ୍ୟତମ।
କେବଳ ଏହି ସବୁ ସ୍ଥାନ ନୁହେଁ, ଭାରତରେ ଆହୁରି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାକୁ ବର୍ଷାଦିନେ ବୁଲିଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଯାଇଥାଏ।

Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri