ଭୁବନେଶ୍ୱର,୧୩।୬(ବ୍ୟୁରୋ): ଜୁନ୍ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ। ଏ ନେଇ ଭାରତୀୟ ପାଣିପାଗ କେନ୍ଦ୍ର(ଆଇଏମ୍ଡି) ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି ସୋମବାର ସୂଚନା ଦେଇଛନ୍ତି।
ସେହିପରି ଆଜି ମୌସୁମୀ ମହାରାଷ୍ଟ୍ର, ଗୁଜୁରାଟ, ବିହାରର କିଛି ଅଞ୍ଚଳ ଛୁଇଁଛି। ତେବେ କୁହାଯାଉଛି କି ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳ ମୌସୁମୀ ଛୁଇଁପାରେ। ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି।