ସାଧାରଣତଃ ମହିଳାମାନେ ଫ୍ୟାଶନ ପ୍ରିୟ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ତାକୁ ନେଇ ସେମାନେ ଖୁବ୍ ସଚେତନ। ତେବେ ଆପଣ ଯଦି ଏ ମନ୍ସୁନ୍ରେ ନିଜ ଗେଟ୍ଅପ୍କୁ ନେଇ ଚିନ୍ତିତ ତେବେ ଜାଣି ରଖନ୍ତୁ କେତୋଟିି କଥା…
ଓ୍ବାନ୍ ପିସ୍ ଶର୍ଟ ଡ୍ରେସ୍: ବର୍ଷାଦିନେ ପାଣି କାଦୁଅ ଆଦିରେ ଶୀଘ୍ର ଶୁଖିପାରୁଥିବା ଭଳି ଓ୍ବାନ ପିସ୍ ଡ୍ରେସ୍ ସବୁଠୁ ଭଲ। ଏହା ପିନ୍ଧିବାକୁ ଯେତିକି କମ୍ଫର୍ଟେବଲ୍ ଦେଖିବାକୁ ସେତିକି ଷ୍ଟାଇଲିସ୍ ମଧ୍ୟ। ତା’ଛଡା ଏଥିରେ ଓଢଣି କିମ୍ବା ଶାଢିରେ ପାଣି କିମ୍ବା କାଦୁଅ ଲାଗିଯିବା ଭଳି ଟେନ୍ଶନ୍ ବି ନାହିଁ।
କୁଲୋଟ୍ସ: ଏହି ଡ୍ରେସ୍ ବର୍ତ୍ତମାନ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି। ଏହାର ବିଭିନ୍ନ କଲର ଏବଂ ଭେରାଇଟି ମାର୍କେଟରେ ମିଳୁଛି। ଏହାକୁ ଉଭୟ ଫର୍ମାଲ ଏବଂ କାଜୁଆଲ ଗେଟ୍ଅପ୍ ଭାବେ ବ୍ୟବହାର କରାଯାଇପାରୁଥିବାରୁ ଏହାର ଚାହିଦା ବର୍ତ୍ତମାନ ଅଧିକ ରହିଛି। ତା’ଛଡା ଏହାର ଫୁଲ୍ ଲେନ୍ଥ ଏବଂ ଥ୍ରୀଫୋର୍ଥ ଲେନ୍ଥ ବି ରହିଛି, ଯାହାକୁ ବିଭିନ୍ନ ଷ୍ଟାଇଲିସ୍ ଟପ୍ସ ସହ ପେୟାର କଲେ ସୁନ୍ଦର ଲାଗିଥାଏ। ବିଶେଷ କରି ଲେନିନ୍ କ୍ରପ୍ଟପ୍ କିମ୍ବା ଡେନିମ୍ ଜ୍ୟାକେଟ୍ ସାଙ୍ଗେ ଏହାର କମ୍ବିନେଶନ୍ ଫ୍ୟାଶନେବଲ୍ ଲାଗିଥାଏ। ଏହା ବର୍ଷା ପାଣି ଲାଗିଲେ ଖୁବ୍ ଶୀଘ୍ର ଶୁଖିବା ସହିତ ଗୋଡରେ ଅଧିକ ସମୟ ପାଣି ଲାଗି ଫଙ୍ଗାଲ୍ ଇନ୍ଫେକ୍ସନ, ଥଣ୍ଡା ଭଳି ସମସ୍ୟା ଉପୁଜି ନ ଥାଏ।
ବେଲ୍ ସ୍ଲିଭ୍ ଡ୍ରେସ୍: ଢିଲା ହାତ ଥିବାରୁ ଏହି ଡ୍ରେସ୍ ପିନ୍ଧିବାକୁ ଖୁବ୍ ଆରାମଦାୟକ। ତା’ଛଡା ବେଲ୍ ସ୍ଲିଭ୍ ଥିବା ଫ୍ରକ୍, କୁର୍ତ୍ତି ହେଉ କିମ୍ବା ଟପ୍ସ ଷ୍ଟାଇଲିସ୍ ଲୁକ୍ ଦେଇଥାଏ। ଏହି ଟପ୍ସକୁ ଶଟର୍ସ, ରଫ୍ ଜିନ୍ସ ଆଦି ସହ ପିନ୍ଧିଲେ ଟ୍ରେଣ୍ଡି ଲାଗିଥାଏ। ଏହା ଢିଲା ହୋଇଥିବାରୁ ବର୍ଷାଦିନେ କ୍ୟାରି କରିବା ସହଜ।
ବଡିକନ୍ ଡ୍ରେସ୍: ନି ଲେନ୍ଥ ବଡିକନ୍ ଡ୍ରେସ୍ ମନ୍ସୁନ୍ ଫ୍ୟାଶନ୍ ଲାଗି ବେଷ୍ଟ ଚଏସ୍। କାରଣ ଏହା ଅପେକ୍ଷାକୃତ ଷ୍ଟାଇଲିସ୍ ଏବଂ ଟ୍ରେଣ୍ଡି ଲୁକ୍ ଦିଏ। ତା’ଛଡା ବର୍ଷାରେ ଓଦା କିମ୍ବା କାଦୁଅ ଲାଗିବାର ଟେନ୍ଶନ୍ ବି ଏଥିରେ କମ୍।