ମନସୁନ୍‌ ଗାର୍ଡେନିଂ

 

ଗାର୍ଡେନିଂ ନିମନ୍ତେ ବର୍ଷାଦିନ ବହୁତ ଭଲ। କିନ୍ତୁ ଏହି ଋତୁରେ ମଧ୍ୟ କିପରି ଗଛର ଯତ୍ନ ନେବେ ଜାଣି ରଖନ୍ତୁ…

ବର୍ଷାଦିନେ ଗଛରେ ଆବଶ୍ୟକତା ଅନୁସାରେ ପାଣି ଦିଅନ୍ତୁ। ଗଛ ମୂଳରେ ଅଧିକ ପାଣି ଜମିବାକୁ ଦିଅନ୍ତୁ ନାହିଁ।
ଫୁଲକୁଣ୍ଡ ଯଦି ଖରାପ ହୋଇଥାଏ କିମ୍ବା ଭାଙ୍ଗି ଯାଇଥାଏ, ତେବେ ଏହି ଋତୁରେ ହିଁ ଗଛକୁ ଅନ୍ୟକୁଣ୍ଡକୁ ବଦଳାଇ ଦିଅନ୍ତୁ। ଏହି ସମୟରେ ହିଁ କୁଣ୍ଡର ମାଟି ବଦଳାଇ ଦିଅନ୍ତୁ।
ବର୍ଷାଦିନେ ପୋକଠାରୁ ଗଛକୁ ରକ୍ଷା କରିବା ନିମନ୍ତେ ନିମ୍ବ ତେଲ କିମ୍ବା ଅନ୍ୟ କୌଣସି ପ୍ରାକୃତିକ ତେଲ ବ୍ୟବହାର କରନ୍ତୁ। ପ୍ରାକୃତିକ କୀଟନାଶକ ସବୁ ଗଛର କୌଣସି କ୍ଷତି କରି ନ ଥାଏ।
ଗଛ ମୂଳରେ ରାସାୟନିକ ସାର ବଦଳରେ କମ୍ପୋଷ୍ଟ ଖତ ବ୍ୟବହାର କରନ୍ତୁ। କମ୍ପୋଷ୍ଟ ଖତ ପ୍ରସ୍ତୁତ କରିବା ପାଇଁ ପତ୍ର, ପରିବା ଓ ଫଳ ଚୋପା ବ୍ୟବହାର କରନ୍ତୁ।
– ବର୍ଷାଦିନେ ଗଛର ଠିକଭାବେ ଯତ୍ନ ନିଅନ୍ତୁ। ଖରାପ ପତ୍ର କିମ୍ବା ପୋକ ଲାଗିଥିବା ପତ୍ରର ଡାଳକୁ କାଟି ଗଛରୁ ବାହାର କରି ଦିଅନ୍ତୁ।
– କୌଣସି ଗଛର ନୂଆ ଚାରା କରିବାକୁ ଚାହୁଁଥିଲେ ଏହି ସମୟରେ ଗଛର ଡାଳ କାଟି ଲଗାଇ ଦିଅନ୍ତୁ।