ଫେରିଲା ମୌସୁମୀ

ଭୁବନେଶ୍ୱର,୧୩।୧୦(ଅନିଲ ଦାସ): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ରାଜ୍ୟରୁ ଫେରିବା ଆରମ୍ଭ କରିଛି। ଗୁରୁବାର ଓଡ଼ିଶାର କିଛି ଅଂଶରୁ ମୌସୁମୀ ଅପସରିଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଦିନେ ୨ ଦିନରେ ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ବିଦାୟ ନେବ। ଜୁନ୍‌ ପହିଲାରୁ ସେପ୍ଟେମ୍ବର ୩୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ତେବେ ପୁରୀ, ମାଲକାନଗିରି, କେନ୍ଦ୍ରାପଡା ଭଳି ଜିଲା ଶୁଷ୍କ ରହିଗଲା। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଜୁନ୍‌ରେ ସ୍ବାଭାବିକଠାରୁ ୧୬.୬ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ଜୁଲାଇରେ ୨୩.୩ ଏବଂ ଅଗଷ୍ଟରେ ୪୪.୭ ମିଲିମିଟର ବର୍ଷା କମ୍‌ ହୋଇଥିଲା। ତେବେ ସେପ୍ଟେମ୍ବରରେ ହୋଇଥିବା ଅଧିକ ବର୍ଷା କିଛି ପରିମାଣରେ ଭରଣା କରିଥିଲା। ଅନ୍ୟପକ୍ଷରେ ଆଶ୍ୱିନ ମାସରେ ଗ୍ରୀଷ୍ମର ତାତି ବୃଦ୍ଧି ପାଇଛି। ଦିନର ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ପୂର୍ବାହ୍ନ ୧୧ଟା ବେଳକୁ ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଛି। ଗତ ୨୪ ଘଣ୍ଟାରେ ୭ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହୁଛି। ଅନୁଗୋଳଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୭ ଡିଗ୍ରୀ ଉପରେ ରହୁଥିବା ବେଳେ ଚାନ୍ଦବାଲି ୩୬.୪, ଝାରସୁଗୁଡା ୩୬, ପୁରୀରେ ୩୬.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଆସନ୍ତା ୨୦ ତାରିଖ ଯାଏ ତାତିରୁ ନିସ୍ତାର ମିଳିବ ନାହିଁ।

Share