ଫେରୁଛି ମୌସୁମୀ: ପାର୍ବଣରେ ପାଗ ଶୁଖିଲା

ଭୁବନେଶ୍ୱର,୫ା୧୦(ଅନୁରାଧା ମହାରଣା):ଉତ୍ତର ବଙ୍ଗୋପସାଗର ଏବଂ ବାଲାଂଦେଶ ଓ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ଶୁକ୍ରବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତନରୁ ୫.୮ କି.ମି. ଊର୍ଦ୍ଧ୍ୱରେ ଦକ୍ଷିଣ-ପଶ୍ଚିମ ଦିଗରେ ବ୍ୟାପିଛି। ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ କ୍ରମଶଃ ପ୍ରତ୍ୟାବର୍ତ୍ତନ କରୁଛି। ତେବେ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଲଘୁଚାପଜନିତ ଭାରି ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଉଥିଲେ ମଧ୍ୟ ଏହି ଆକଳନରେ ପରିବର୍ତ୍ତନ ହୋଇଛି। ଆସନ୍ତା ସପ୍ତାହରେ ରାଜ୍ୟର କା ଭାଁ କିଛି ଜିଲାକୁ ବାଦ୍‌ଦେଲେ ବଡ଼ ବର୍ଷାର ସମ୍ଭାବନା ନ ଥିବା ଶୁକ୍ରବାର ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ତେଣୁ ପାର୍ବଣରେ ପାଗ ଶୁଖିଲା ରହିବା ସମ୍ଭାବନା ବଢ଼ିଛି।