Categories: ଜାତୀୟ

ମଣିପୁର ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରେ ବିରୋଧୀ

ନୂଆଦିଲ୍ଲୀ,୨୫।୭: ଆଜି ମୌସୁମୀ ଅଧିବେଶନର ଚତୁର୍ଥ ଦିନ। ଆଜି ବି ଲୋକ ସଭା ଓ ରାଜ୍ୟ ସଭାରେ ଉତ୍ତେଜନା ଦେଖାଦେଇଛି। ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିବୃତ୍ତି ସମ୍ପର୍କରେ ବିରୋଧୀ ଦାବି କରିଛନ୍ତି। ଏହି ସମୟରେ ଖବର ଆସିଛି ଯେ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଅନାସ୍ଥା ପ୍ରସ୍ତାବ ପ୍ରସ୍ତାବ ଆଣିପାରନ୍ତି। ସୂଚନାନୁସାରେ ବିରୋଧୀ ଦଳ ‘ଇଣ୍ଡିଆ’ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ମଣିପୁର ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବିରେ ବିରୋଧୀ ଦୃଢ ଼ ଭାବରେ ଠିଆ ହେବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ମଣିପୁର ପ୍ରସଙ୍ଗରେ ଗତ କିଛି ଦିନ ହେବ ଉତ୍ତେଜନା ଜାରି ରହିଛି। ମଣିପୁର ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଏକ ବୟାନ ଦାବି କରୁଛନ୍ତି।

Share