Categories: ଜାତୀୟ

ଜୁଲାଇ ତୃତୀୟ ସପ୍ତାହରୁ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୪।୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଶେଷ ହୋଇପାରେ ବୋଲି ମଙ୍ଗଳବାର ଏକ ସୂତ୍ରରୁ କୁହାଯାଇଛି। ତେବେ ଅଧିବେଶନ ଆରମ୍ଭର ଚୂଡ଼ାନ୍ତ ତାରିଖ ସ୍ଥିର ହୋଇନାହିଁ। ରାଷ୍ଟ୍ରପତି ନିର୍ବାଚନ ଜୁଲାଇ ୧୮ରେ ହେବାକୁ ଥିବାବେଳେ ସେହିଦିନଠାରୁ ଅଧିବେଶନ ଆରମ୍ଭ ହୋଇ ଅଗଷ୍ଟ ୧୨ରେ ଶେଷ ହୋଇପାରେ। ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି ଉପରୋକ୍ତ ତାରିଖ ସୁପାରିସ କରିଥିବା ଜଣାପଡ଼ିଛି।

Share