Categories: ଜାତୀୟ

ସରିବାକୁ ଯାଉଛି ମୌସୁମୀ ଅଧିବେଶନ, ଅନାସ୍ଥା ପ୍ରସ୍ତାବ ଉପରେ ହେବ ତ ଚର୍ଚ୍ଚା…

ନୂଆଦିଲ୍ଲୀ,୫।୮: ସରିବାକୁ ଯାଉଛି ମୌସୁମୀ ଅଧିବେଶନ। ଏବେ ସମସ୍ତଙ୍କ ନଜର ଅନ୍ତିମ ସପ୍ତାହରେ ବାକିଥିବା ୫ଟି କାର୍ଯ୍ୟଦିବସ। ଆରମ୍ଭରୁ ସଂସଦରେ ମଣିପୁର ହିଂସାକୁ ନେଇ ହଙ୍ଗାମା ଓ ହଟ୍ଟଗୋଳ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ନାହିଁ। ଇଣ୍ଡିଆ ମେଣ୍ଟର ବିରୋଧ ସତ୍ତ୍ୱେ ଗୃହ ଅଚଳ ହେଉଛି ସତ ସରକାର ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ଆଗଭର ହେଉ ନାହାନ୍ତି।

ଜୁଲାଇ ୨୦ରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନରେ ପ୍ରଥମରୁ ମଣିପୁର ପ୍ରସଙ୍ଗ ନେଇ ଉଭୟ ଗୃହ ଅଚଳ ହୋଇପଡିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଗତ ଦିନର ମଣିପୁର ହିଂସାକୁ ନେଇ ପାଟି ଖୋଲୁ ନ ଥିବାବେଳେ ସୁପ୍ରିମକୋର୍ଟ ପ୍ରହାରରେ ୩୪ସେକେଣ୍ଡ ପାଇଁ ମୁହଁ ଖୋଲିଥିଲେ। ସେବେଠାରୁ ଆଜିଯାଏଁ ଅର୍ଥାତ୍‌ ଅଧିବେଶନ ଶେଷ ହେବାକୁ ବସିଲାଣି ତଥାପି ମୋଦି ସଂସଦ ଆସୁ ନାହାନ୍ତି କି ହିଂସା ବିରୋଧରେ ପଦୁଟିଏ ମଧ୍ୟ କହି ନାହାନ୍ତି। ବିରୋଧିଙ୍କ ବାରମ୍ବାର ବିରୋଧ ପ୍ରଦର୍ଶନ ପରେ ସରକାର ମଣିପୁର ପ୍ରସଙ୍ଗ ନେଇ ରାଜି ହୋଇଥିଲେ। ମାତ୍ର କେବଳ ୧୮୦ମିନିଟ୍‌ ସରକାରଙ୍କ ପକ୍ଷରୁ ଆଲୋଚନା ହେବା ନେଇ ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରିଥିଲେ। ଯାହାକୁ ନେଇ ବିରୋଧୀ କକ୍ଷ ବାରମ୍ବାର କକ୍ଷ ତ୍ୟାଗ କରିବା ସହ କଳା ପୋଷାକ ପିନ୍ଧି ବିରୋଧ କରିଥିଲେ। ଏସବୁ ପରେ ବି ସରକାର ପ୍ରସଙ୍ଗରେ ଆଲୋଚନା କରିବା ନେଇ ଆଡେଇ ଦେଇଥିଲେ। ଏହାପରେ ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଗୃହରେ ପାରିତ କରାଯାଇଥିଲା। ଗୃହରେ ପାରିତ ହେବା ପରେ ଗୃହ ଅଧ୍ୟକ୍ଷ ଏହାକୁ ଅନୁମୋଦନ କରିଥିଲେ। ଏବଂ ତାରିଖ ଧାର୍ଯ୍ୟ ହେଲେ ଆଲୋଚନ ହେବ ବୋଲି ଘୋଷଣା କରିଥିଲେ। ତେବେ ଏଗ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ଉପରେ ଆସନ୍ତା ୮ତାରିଖରେ ଆଲୋଚନ ହେବ। ତେବେ ସରକାର ଆଲୋଚନା ବେଳେ ଉପସ୍ଥିତ ରହିବେ କି ନାହିଁ ଆଉ ଯଦି ରହିଲେ ହିଂସା ଉପରେ ନିଜର କଣ ମତ ରଖିବେ ସେ ନେଇ ସମସ୍ତଙ୍କ ନଜର ରହିଛି।

ସେହିପରି ଦିଲ୍ଲୀ ସେବା ବିଲ ବହୁ ବିରୋଧ ସତ୍ତ୍ୱେ ଲୋକସଭାରେ ପାରିତ ହୋଇ ସାରିଛି। ଏବେ ରାଜ୍ୟସଭାରେ ପାରିତ ହେବା ବାକି ଅଛି। ତେବେ ରାଜ୍ୟସଭାରେ ପାରିତ ହେବା ନେଇ ସରକାରଙ୍କ ପାଇଁ ଏହା ବଡ ଚ୍ୟାଲେଞ୍ଜ ରହିବ। ଏଥିସହ ଡାଟା ସଂରକ୍ଷଣ ବିଧେୟକ ସହ ୧୨ରୁ ଅଧିକ ବିଧେୟକ ପାରିତ କରିବା ପାଇଁ ସରକାରଙ୍କ ପାଖରେ ମାତ୍ର ପାଞ୍ଚଟି କାର୍ଯ୍ୟଦିବସ ବାକି ଅଛି।

Share