Categories: ଜାତୀୟ

ଜୁଲାଇ ତୃତୀୟ ସପ୍ତାହରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ

ନୂଆଦିଲ୍ଳୀ,୨୮ା୬: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ତୃତୀୟ ସପ୍ତାହରୁ ଆରମ୍ଭ ହୋଇପାରେ। ଅଧିବେଶନ ପ୍ରଥମେ ପୁରୁଣା ଭବନରେ ଆରମ୍ଭ ହୋଇ ମଧ୍ୟଭାଗରୁ ନୂଆ ବିଲ୍ଡିଂରେ ହେବ ବୋଲି ସଂସଦୀୟ ସୂତ୍ରରୁ ସୂଚନା ମିଳିଛି। ନୂଆ ପାର୍ଲାମେଣ୍ଟ ବିଲ୍ଡିଂକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ଉଦ୍‌ଘାଟନ କରିଥିଲେ। ପାଖାପାଖି ମାସେ ଚାଲିବାକୁ ଥିବା ମୌସୁମୀ ଅଧିବେଶନ ସ୍ବାଧୀନତା ଦିବସ ପୂର୍ବରୁ ଶେଷ ହେବ।

Share