Categories: ଜାତୀୟ

ମୌସୁମି ଅଧିବେଶନକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ଲୋକ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୬ ।୭: ସଂସଦର ମୌସୁମି ଅଧିବେଶନ ୧୮ ଜୁଲାଇ ସୋମବାର ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରାୟ ୨୪ ନୂଆ ବିଲ ଉପସ୍ଥାପନ ହେବାର ପ୍ରସ୍ତାବ ରହିଛି । ଏହି ଅଧିବେଶନର ଠିକ୍ ପୂର୍ବରୁ ସ୍ପିକର ସର୍ବଦଳୀୟ ବୈଠକ ଡକାଇଛନ୍ତି । ଲୋକ ସଭା ଅଧ୍ୟକ୍ଷ ଓମ ବିର୍ଲା ଶନିବାର ସନ୍ଧ୍ୟା ୪ଟାରେ ସଂସଦ ପୁସ୍ତକାଳୟ ଭବନରେ ରାଜନୈତିକ ଦଳର ନେତାଙ୍କୁ ସାକ୍ଷାତ୍ କରିବେ । ଏହି ବୈଠକରେ ସଂସଦ ଅଧିବେଶନର କାର୍ଯ୍ୟ ଓ ଅନ୍ୟ ବିଷୟକୁ ନେଇ ଆଲୋଚନା କରାଯିବ । ବୈଠକରେ ବଡ ବଡ ଦଳର ନେତାମାନେ ସାମିଲ ହେବେ । ଏଥର ଅଧିବେଶନରେ ୨୪ଟି ନୂଆ ବିଲ ଉପସ୍ଥାପନ ହେବାକୁ ଥିଲା ବେଳେ କିଛି ବିଲକୁ ନେଇ ହଟ୍ଟଗୋଳ ବି ହୋଇପାରେ । ଏଥିରେ ଡିଜିଟାଲ ମିଡିଆ ଭଳି ଗୁରୁତ୍ୱପୂର୍ଣ୍ଣ ବିଲ ବି ରହିଥିବା କୁାହାଯାଉଛି । ତେବେ ମହଙ୍ଗା ମାଡ ଓ ଅଗ୍ନିପଥ ଯୋଜନାକୁ ନେଇ ବିରୋଧି କଂଗ୍ରେସ ବିରୋଧ କରିପାରେ ବୋଲି ଅନୁମାନ କରାଯାଉଛି ।

Share