ନୂଆଦିଲ୍ଲୀ,୩୦।୬: ସଂସଦର ମୌସୁମୀ ଅଧିବେଶନ ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି କୁହାଯାଉଛି। ଏହା ଅଗଷ୍ଟ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁଯାୟୀ, ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ୧୨ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ। ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜୁଲାଇ ୧୮ରେ ହେବ। ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୧୧୫ଟି ନାମାଙ୍କନପତ୍ର ଦାଖଲ କରାଯାଇଛି। ଏନେଇ ରାଜ୍ୟ ସଭା ସାଧାରଣ ସମ୍ପାଦକ ପିସି ମୋଦି ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି।