Categories: ଜାତୀୟ

ମୌସୁମୀ ଅଧିବେଶନ: ମଣିପୁର ଆଦିବାସୀ ମହିଳାଙ୍କୁ ନିର୍ଯାତନା ଘଟଣା ଉପରେ ଚର୍ଚ୍ଚା କରିବାକୁ ଦାବି କଲେ ବିରୋଧୀ

ନୂଆଦିଲ୍ଲୀ,୨୦।୭: ନୂଆ ସଂସଦ ଭବନରେ ଗୁରୁବାର ଠାରୁ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ତେବେ ମୌସୁମୀ ଅଧିବେଶନ ଆରମ୍ଭ ହେଉଣୁ ମଣିପୁର ଆଦିବାସୀ ମହିଳାଙ୍କୁ ନିର୍ଯାତନା ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ଘଟଣା ସମ୍ପର୍କରେ ଆଲୋଚନା ପାଇଁ କଂଗ୍ରେସ ସାଂସଦ ଇମ୍ରାନ ପ୍ରତାପଗଡୀ ରାଜ୍ୟସଭାରେ ନିୟମ ୨୬୭ ଅନୁଯାୟୀ ସ୍ଥଗିତ ନୋଟିସ ଦେଇଛନ୍ତି। ସେହିପରି ଶିବସେନା(ଉଦ୍ଧବ ଗୋଷ୍ଠୀ) ସାଂସଦ ପ୍ରିୟଙ୍କା ଚର୍ତୁବେଦୀ, ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଆଓ୍ବସି, କଂଗ୍ରେସ ନେତା ମନୀଷ ତିଓ୍ବାରୀ ଘଟଣା ଉପରେ ଚର୍ଚ୍ଚା ନେଇ ଦାବି କରିଛନ୍ତି।

Share