Categories: ଜାତୀୟ

ମୌସୁମୀ ଅଧିବେଶନ: ଗୃହ ବାତିଲ ପାଇଁ ଯୋଜନା କରିଛନ୍ତି ବିରୋଧୀ!

ନୂଆଦିଲ୍ଲୀ,୨୦।୭: ସଂସଦ ଆରମ୍ଭରୁ ମଣିପୁର ହିଂସାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ତେବେ ଏହାରି ଭିତରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିରୋଧୀ ଗୃହ ଚଲାଇ ଦେବେ ନାହିଁ ବୋଲି ମୁଁ ଜାଣିଥିଲି। ସେମାନେ ପୂର୍ବରୁ ଏନେଇ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନେ ମଣିପୁର ହିଂସା ନେଇ ଆଲୋଚନା କରିବାକୁ ଦାବି କରିବେ ଆଉ ଆମେ ଯେତେବେଳେ ହଁ କହିବୁ। ସେମାନେ ଗୃହ ବାତିଲ କରିବାକୁ ବିଭିନ୍ନ ବାହାନା କରିବେ।

Share