Categories: ଜାତୀୟ

ଜୁନ ୪ରେ କେରଳ ଛୁଇଁବ ମୌସୁମୀ: ହେବ ସାମାନ୍ୟ ବିଳମ୍ବ…

ନୂଆଦିଲ୍ଲୀ,୧୬।୫ : ଚଳିତ ବର୍ଷ ଜୁନ ୪ରେ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ପୂର୍ବାନୁମାନ କରିଛି। ତେବେ ମୌସୁମୀର ଏହି ଧାର୍ଯ୍ୟ ସମୟ ସାମାନ୍ୟ ବିଳମ୍ବକୁ ଦର୍ଶାଉଛି ବୋଲି ପାଣିପାଗ ବିଭାଗ କରିଛି। କହିଛି। ଦକ୍ଷିଣ-ପଶ୍ଚିମ ମୌସୁମୀ ସାଧାରଣତଃ କେରଳରେ ଜୁନ ୧ ରେ ଛୁଇଁଥାଏ। ତେବେ ଏନେଇ ବେଳେେବେଳ ସାତ ଦିନ ମଧ୍ୟର ବିଚ୍ୟୁତି ମଧ୍ୟ ହୋଇଥାଏ।

ମୌସୁମୀ କେରଳ ଛୁଇଁବା ପୂର୍ବାନୁମାନ ନେଇ ବ୍ୟବହୃତ ମଡେଲଗୁଡିକରେ ଉତ୍ତର-ପଶ୍ଚିମ ଭାରତ ଉପରେ ସର୍ବନିମ୍ନ ତାପମାତ୍ରା, ଦକ୍ଷିଣ ଉପଦ୍ୱୀପ ଉପରେ ମୌସୁମୀ ବର୍ଷା, ଦକ୍ଷିଣ ଚାଇନା ସାଗରରେ ବାହାରୁଥିବା ଲଙ୍ଗ ଓ୍ବେଭ ବିକିରଣ ଲୋୟର ଟ୍ରପୋସଫେରିକ ସ୍ଥାନୀୟ ପବନ, ସବଟ୍ରପିକାଲ ପ୍ରଶାନ୍ତ ମହାସାଗରରେ ସମୁଦ୍ର ସ୍ତରର ଚାପ, ଉତ୍ତର ପୂର୍ବ ଭାରତ ମହାସାଗରରେ ଉପର ଟ୍ରପୋସଫେରିକ ଜୋନାଲ ପବନ ଆଦି ୬ଟି ବିଷୟ ଆଧାରରେ କରାଯାଇଥାଏ।
ଗତ ବର୍ଷ, ମୌସୁମୀ ଆଇଏମଡିର ପୂର୍ବାନୁମାନ ତାରିଖର ଦୁଇ ଦିନ ପରେ ମେ ୨୯ ରେ କେରଳ ଛୁଇଁଥିଲା।

Share