୨ ରୁ ୩ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶର,୧୯।୬(ଅନିଲ ଦାସ): ୨ ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୨୦ରୁ ପାଗ ବଦଳିବା ସହ ୨୧ ରୁ ପ୍ରାକ ମୌସୁମୀ ବର୍ଷା ହେବ । ଭୁବନେଶର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି।
ସୂଚନାନୁଯାୟୀ, କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରୁଛି। ଉପକୂଳ ଓ ଆଭ୍ୟନ୍ତରୀଣ ଜିଲାରେ ହିଟ ୱେଭ ନାହିଁ। ତେବେ ପଶ୍ଚିମ ଓଡ଼ିଶାରେ କିଛି ଅଞ୍ଚଳକୁ ହିଟ୍‌ ୱେଭ ୱାର୍ନିଂ ରହିଛି।
Share