Categories: Uncategorized

ମନ୍‌ସୁନ୍‌ ଫୁଟ୍‌ଓ୍ବେର୍‌

ବର୍ଷାଦିନେ ରେନ୍‌କୋଟ୍‌ ହେଉ କି ଛତା, ଶରୀରକୁ ସିନା ଓଦାହେବାରୁ ରକ୍ଷା କରିଦିଏ କିନ୍ତୁ ଜୋତା ବା ଫୁଟ୍‌ଓ୍ବେର୍‌କୁ ସୁରକ୍ଷା ଦେଇପାରେନା; ଯଦ୍ଦ୍ବାରା ତାହା ବର୍ଷାରେ ଓଦା ହୋଇ କେତେବେଳେ ଛିଡ଼ିଯାଏ ତ ପୁଣି ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିଥାଏ। ତେଣୁ ବର୍ଷାଦିନେ କେଉଁଭଳି ଜୋତା ପିନ୍ଧିଲେ ତାହା ସୁରକ୍ଷିତ ରହିବା ସହ ଆମକୁ ଟ୍ରେଣ୍ଡି ଲୁକ୍‌ ଦେଇପାରିବ, ଜାଣନ୍ତୁ ସେ ସମ୍ପର୍କରେ…* ଫ୍ଲିପ୍‌-ଫ୍ଲପ୍‌: ବର୍ଷାଦିନେ ପିନ୍ଧିବା ପାଇଁ ଏହି ଫୁଟ୍‌ଓ୍ବେର୍‌ ସବୁଠୁ ଭଲ ଅପସନ୍‌। ଏହା ପିନ୍ଧିବାକୁ ଯେମିତି କମ୍ଫଟେବଲ ଲାଗେ ପାଦକୁ ସେମିତି ସୁନ୍ଦର ଲୁକ୍‌ ବି ଦେଇଥାଏ। ସବୁଠୁ ବଡ଼ କଥା ହେଉଛି, ଏହି ଫୁଟ୍‌ଓ୍ବେର୍‌କୁ ଯେକୌଣସି ଆଉଟ୍‌ଫିଟ୍‌ ସହ ଆରାମରେ ପିନ୍ଧାଯାଇପାରେ। ଖାସ୍‌କରି ସଟ୍ସ କିମ୍ବା ଜିନ୍ସ ସହ ଏହାକୁ ପେୟାର କଲେ ଭଲ ମାନିଥାଏ। ବର୍ଷାଦିନେ ଫ୍ଲିପ୍‌-ଫ୍ଲପ୍‌ ଓଦା ହୋଇଗଲେ ବି କିଛି ଟେନ୍‌ସନ ନାହିଁ। କାରଣ ଏହା ଓଦା ହେଲେ ନଷ୍ଟ ହୁଏ ନାହିଁ କାରଣ ଏହା ଶୀଘ୍ର ଶୁଖିଯାଏ।
*କ୍ରକ୍ସ: ଏହା ପାଦକୁ ବେଶ୍‌ ହାଲ୍‌କା ଲାଗିଥାଏ। ତା’ଛଡ଼ା ଏହି ଫୁଟ୍‌ଓ୍ବେର୍‌ରେ କଣା କଣା ଡିଜାଇନ ଥିବାରୁ ପାଦରେ ପବନ ବାଜିବାରେ ସହଜ ହୋଇଥାଏ। ଫଳରେ ବର୍ଷାଦିନେ ଏହି ଫୁଟ୍‌ଓ୍ବେର ଓଦା ହୋଇଗଲେ ଶୀଘ୍ର ଶୁଖିଯାଏ। ଏହି ଫୁଟ୍‌ଓ୍ବେର ଦେଖିବାକୁ ବି ଖୁବ୍‌ ଟ୍ରେଣ୍ଡି ଲାଗିଥାଏ; ତେଣୁ ବର୍ଷାଦିନେ ଆପଣ ଚାହିଁଲେ ଏ ଟାଇପ୍‌ର ଫୁଟ୍‌ଓ୍ବେର ବି ଟ୍ରାଏ କରିପାରିବେ।
*ଫ୍ଲୋଟର୍ସ: ଅଲ୍‌ଟାଇମ୍‌ ଫ୍ୟାଶନେବଲ୍‌ ଲୁକ୍‌ ଦେଇଥାଏ ଏହି ଫୁଟ୍‌ଓ୍ବେର। ଏହାର ଡିଜାଇନ ଏଭଳି ହୋଇଥାଏ ଯେ, ଯାହାକୁ ବର୍ଷାରେ ପିନ୍ଧି ଚାଲିଲେ ପାଦ ସହଜରେ ସ୍ଲିପ୍‌ କରେନାହିଁ କିମ୍ବା ଏହା ପାଦରୁ ବାରମ୍ବାର କାଢ଼ି ହୋଇଯାଏ ନାହିଁ। ଖାସ୍‌ ଏହି ଦୁଇଟି କାରଣ ପାଇଁ ବର୍ଷାଦିନେ ଏହି ଏହି ଫୁଟ୍‌ଓ୍ବେର୍‌ର ଖୁବ୍‌ ଚାହିଦା ରହିଥାଏ।
*ଗମ୍‌ବୁଟ୍‌: ଏହି ବୁଟ୍‌ର ଲମ୍ବା ପ୍ରାୟତଃ ଆଣ୍ଠୁ ପର୍ଯ୍ୟନ୍ତ ରହିଥାଏ। ଫଳରେ ବର୍ଷାଦିନେ ଏହାକୁ ପିନ୍ଧିଲେ ପାଦ ସହଜରେ ଓଦା ହୁଏନାହିଁ। ତା’ଛଡ଼ା ଏହା ଓ୍ବାଟରପ୍ରୁଫ୍‌ ହୋଇଥିବାରୁ ବର୍ଷାଦିନେ ଭଲ ଲାଷ୍ଟିଂ ମଧ୍ୟ କରିଥାଏ। ଏହି ଫୁଟ୍‌ଓ୍ବେର୍‌ ବିଭିନ୍ନ ରଙ୍ଗରେ ମଧ୍ୟ ମାର୍କେଟ୍‌ରେ ଉପଲବ୍ଧ ।
*ଜେଲି ସୁ: ସ୍ବତନ୍ତ୍ର ପିଭିସି ପ୍ଲାଷ୍ଟିକ୍‌ ଦ୍ୱାରା ପ୍ରସ୍ତୁତ ହେଉଥିବା ଜେଲି ସୁ ବର୍ଷାଦିନେ ପିନ୍ଧିବା ପାଇଁ ଏକ ଭଲ ଅପସନ୍‌ ହୋଇଥାଏ। ଏହା ଭଲ ଲାଷ୍ଟିଂ ବି କରିଥାଏ। ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଡିଜାଇନରେ ଆସୁଥିବା ଏହି ଜେଲି ସୁ’କୁ ଯେକୌଣସି ଆଉଟ୍‌ଫିଟ୍‌ ସହ ମଧ୍ୟ ମ୍ୟାଚିଂ କରି ପିନ୍ଧାଯାଇପାରେ।