Categories: ଜାତୀୟ

୧୪ ଦିନିଆ ନ୍ୟାୟିକ ହେପାଜତରେ ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର

ଚଣ୍ଡିଗଡ,୧୨।୯: ହରିୟାଣାର ନୁହରେ ଘଟିଥିବା ହିଂସା ଅଭିଯୋଗରେ ମୋନୁ ମାନେସରଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି। ହରିୟାଣା ପୋଲିସ ଦ୍ୱାରା ଅଟକ ରହିବା ପରେ ବଜରଙ୍ଗ ଦଳର ମୋନୁ ମାନେସରଙ୍କୁ ଗିରଫ କରାଯାଇଥିଲା। ଏହା ପରେ ନୁହରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଡିଜି ଲ ଏଣ୍ଡ ଅର୍ଡର ମମତା ସିଂଙ୍କ ଅନୁଯାୟୀ, ଅଗଷ୍ଟରେ ମୋନୁ ମାନେସର ସୋସିଆଲ ମିଡିଆରେ ଏକ ଉତ୍ତେଜନାମୂଳକ ପୋଷ୍ଟ କରିଥିଲେ। ଏହି ମାମଲାରେ ନୁହ ପୋଲିସ ମୋନୁ ମାନେସରଙ୍କୁ ଗିରଫ କରିଛି।

Share