ସହଜରେ ଛଡାନ୍ତୁ ବେକ ତଳର କଳାଦାଗ

ଅଧିକାଂଶ ଯୁବତୀ ଡିପ୍‌ନେକ୍ ଡ୍ରେସ୍ ପିନ୍ଧିବାକୁ ପସନ୍ଦ କରୁଥିବା ବେଳେ ଅଧିକାଂଶ ସମୟରେ ଏମାନଙ୍କ ବେକରେ କଳାଦାଗ ପଡି ଯାଇଥିବା ଦେଖାଯାଏ । ଏହାକୁ ଦୂର କରିବାକୁ ସେମାନେ ଭିନ୍ନ ଭିନ୍ନ ଉପାୟ ଆଣାଉଥିବା ବେଳେ ଏହାର ଲାଭ କିନ୍ତୁ କମ୍ ମିଳିଥାଏ । ହେଲେ ସହଜରେ ଓ ଘରୋଇ ଉପାୟରେ ଏହି କଳା ଦାଗକୁ ଦୂରେଇ ଦେଇହେବ । ଏଥିପାଇଁ ଆବଶ୍ୟକ ହୋଇଥାଏ ମୁଲତାନି ମାଟି, ଗ୍ଲିସରିନ ଓ କ୍ଷୀର ।

ବେକର କଳାଦାଗ ଦୂର କରିବା ପାଇଁ ପ୍ରଥମେ ଏକ ପାତ୍ରରେ ୨ ଚାମଚ ମୁଲତାନି ମାଟି ନିଅନ୍ତୁ । ଏଥିରେ ଅଳ୍ପ ଗ୍ଲିସରିନ ଓ ୧ ଚାମଚ କ୍ଷୀର ମିଶାନ୍ତୁ । ଏହାର ଏକ ପେଷ୍ଟ ତିଆରି ହୋଇଯିବା ପରେ ଏହାକୁ କଳା ପଡିଯାଇଥିବା ସ୍ଥାନରେ ଲଗାନ୍ତୁ । ୧୦ମିନିଟ୍ ଛାଡି ଦିଅନ୍ତୁ । ଏହା ଶୁଖିଯିବା ପରେ ଏହାକୁ ଧିରେ ଧିରେ ସ୍କ୍ରବ କରି କାଢି ଦିଅନ୍ତୁ ଓ ହାଲକା ଉଷୁମ ପାଣିରେ ସେହି ସ୍ଥାନକୁ ଧୋଇ ଦେଇ ମଶ୍ଚରାଇଜର ଲଗାଇ ଦିଅନ୍ତୁ । ସପ୍ତାହକୁ ଏହିଭଳି ୩-୪ ଥର କରିବା ଦ୍ୱାରା ବେକ ତଳର କଳାଦାଗ ସହଜରେ ଦୂର ହୋଇଥାଏ ।